
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରାଜୀବଗାନ୍ଧୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରେକେଲା ପରିସରରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଫକୀର ଚରଣ ବିଶି ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଘ୍ନନାଶକ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷ, ଜଗବନ୍ଧୁ ମାଝୀ, ଅତିରିକ୍ତ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି, ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବିରଞ୍ଚି ନାରାୟଣ ଦାଶ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ହିଆଲ ସଭା ପରିଚାଳନା କରିଥିଲେ । ସେହିପରି ଉଦ୍ଯାପନୀ ସଭାରେ ଫକୀର ଚରଣ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲକ୍ଷ୍ମଣ ବାଗ, ବିଧାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁଖ୍ୟ ଅତିଥି, ରାଜେଶ କୁମ୍ଭାର, ଓଡ଼ିଆ ଅଧ୍ୟାପକ ଆଦର୍ଶ ବିଦ୍ୟାଳୟ ଝରଣୀ, ମୁଖ୍ୟବକ୍ତା, ସିଆରସିସି ଗଜୀନ୍ଦ୍ର ହରିଜନ, ଅକ୍ଷୟ ମେହେର, ବିଚାରକ ଜୀତେନ୍ଦ୍ର ପଟ୍ଟନାୟକ, ଗଣପତି ବେହେରା, ସୁକେଶ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସିଆରସିସି ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ସିଆରସିସି ଦୀନେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏଗାରଗୋଟି କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଗୀତ, ଚିତ୍ରକଳା, ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ, ଅନୁପ କୁମାର ଦାସ, ଗଜୟ କୁମାର ଦାଶ, ମୋହନ ବରିହା, ଜଗ ମୋହନ ସେଠୀ, ସୁନୀଲ କୁମାର ସାହୁ, ଜ୍ୟୋତି ବିକାଶ ବାରିକ, ରମେଶ ସୁନା, ପ୍ରକାଶ ସେଲମା, ସୁଶାନ୍ତ ପ୍ରଧାନ, ମମତା ପଣ୍ଡା, ମାଧବୀଲତା ସାହୁ, ଦିପ୍ତିବାଳା ବେହେରା, ସସ୍ମିତା ମେହେର, ଧରିତ୍ରୀ ମେହେର, ସ୍ୱାଗତିକା ମିଶ୍ର, ଶମ୍ଭୁପ୍ରସାଦ ବିଶି, କିଶୋର ବରିହା, ବୁଧୁ ବର୍ଗେ, ରବୀନ୍ଦ୍ର ରଥ, ପ୍ରଶାନ୍ତ ମହାପାତ୍ର, ସପ୍ତମ କିଶୋର ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ସୌରଭ ବେହେରା ଆଦି ସହଯୋଗ କରିଥିଲେ । ପ୍ରକାଶ ଥାଉକି ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଚଳିତ ମାସ ପାଞ୍ଚ ତାରିଖରେ ବଲାଙ୍ଗିରରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବେ ।