
ଜୟପାଟଣା, (ଶେଷଦେବ ବେହେରା) : କେନ୍ଦ୍ର ସରକାରଙ୍କ ପ୍ରଣୀତ ନୂତନ ୟୁଜିସି ବିଲକୁ ବିରୋଧ କରି ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜ ନିଜର ବିରୋଧ ପ୍ରକାଶ କରିବା ସହ ଜୟପାଟଣା କିଶୋରପଡା ସ୍ଥିତ ରାସମଣ୍ଡପ ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରଯାଇଥିଲା । ସେଠାରୁ ସମସ୍ତେ ଏକ ପଟୁଆରରେ ବାହାରି ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟର ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ଦାବୀ ପ୍ରଦାନ କରଯାଇଥିଲା । ଜୟପାଟଣା ବ୍ଲକ ସଭାପତି ରଜନୀ କାନ୍ତ ଠାକୁର ଏହାର ନେତୃତ୍ୱ ନେଇଥିବା ବେଳେ ସର୍ବଶ୍ରୀ ଗୁପ୍ତେଶ୍ୱର ପଣ୍ଡା, ଶେଷଦେବ ବେହେରା, ପ୍ରବୀର ଭରଦ୍ୱାଜ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଜୟ କୁମାର ଯୋଷୀ, ବିକ୍ରମ ଯୋଷୀ, ଯଶୋବନ୍ତ ବିଶି, ରାଧା ମାଧବ ପଣ୍ଡା, ବିକାଶ ରଞ୍ଜନ ପାଢ଼ୀ, ହେମନ୍ତ ପଣ୍ଡା, ଦେବେନ୍ଦ୍ର ଖମାରୀ, ପ୍ରଣବ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।