jayashree

ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ : ନିନ୍ଦା ପ୍ରସ୍ତାବ ଆଣିଲା ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟାରେ ବଲାଙ୍ଗିର ଦିନ୍‌ ସଭା କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡ଼ିଆରେ ପାଳିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା ଭଳି ସଂଗୀନ ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ସାମ୍ବାଦିକ ଭବନରେ ଏକ ଜରୁରୀକାଳୀନ ସଭାର ଆୟୋଜନ କରି ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିବା ସହ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି । ସଂଘର ଉପସଭାପତି ଆନନ୍ଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଧାରଣ ସଂପାଦକ ଦୀପକ ପୁରୋହିତ ଘଟଣା ସଂପର୍କରେ ଆଲୋକପାତ କରିଥିଲେ । ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ପକ୍ଷରୁ ସଂଘର ସଭାପତି ହରିନାରାୟଣ ପୂଜାରୀ ଏବଂ ସାଧାରଣ ସମ୍ପାଦକ ଦୀପକ ପୁରୋହିତଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇ ବଲାଙ୍ଗିର ଦିନ୍‌ ସଭା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧିତ କରାଯିବା ପାଇଁ କୁହାଯାଇଥିଲା ଏବଂ ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରକ୍ଷା କରି ସଂଘର ସାଧାରଣ ସଂପାଦକଙ୍କ ସହ ସଦସ୍ୟମାନେ ସଂପୃକ୍ତ ସଭାରେ ଉପସ୍ଥିତ ରହିଥିଲେ ସୁଦ୍ଧା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧନା ପାଇଁ ମଞ୍ଚକୁ ଡକାନଯାଇ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ସାମ୍ବାଦିକମାନେ ଅପମାନିତ ଅନୁଭବ କରିବା ସହ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ପକ୍ଷରୁ ଅପମାନିତ କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ସାଧାରଣ ସଂପାଦକ ଶ୍ରୀ ପୁରୋହିତ ସଭାରେ ଆଲୋଚନା କରିଥିଲେ । ସଭାରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁର, ରଣଜିତ ବେହେରା, ଶରତ କୁମାର ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ଘଟେଶ୍ୱର ମିଶ୍ର, ସୁନୀଲ ମହାନ୍ତି, ବିଭୂକଲ୍ୟାଣ ଗଡ଼ତ୍ୟା, ମୁକେଶ ବହିଦାର, ନୂତନ ମିଶ୍ର, ଅଭିଳାଶ ହୋତା, ବଳରାମ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, କିଶୋର କୁମାର ସାହୁ, ସଂଦୀପ କୁମାର କୁଅଁର, ନିରୋଜ ମିଶ୍ର, ସୁଧୀର ମିଶ୍ର, ଯୁଜେଷ୍ଟି ମେହେର, ଗୁପ୍ତେଶ୍ୱର ପୃଷ୍ଟି, ଶେଷଦେବ ମେର୍ଲି, ସୁଶାନ୍ତ ବାରିକ, ମହମ୍ମଦ ୱାହିଦ୍‌, ରଶ୍ମିରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ ପଟ୍ଟନାୟକ, ସୁବ୍ରତ ନାଏକ, ଚିତ୍ତରଂଜନ ସାହୁ, ମୁକେଶ ଷାଣ୍ଢ, ଗଣେଷ ସାହୁ, ସୁଜିତ ସେଠ, ଆଶିଷ ବାରିକ, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ଲେଙ୍କା ପ୍ରମୁଖ ଏହି ସଭାରେ ଯୋଗଦାନ କରି ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ଏଭଳି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ ।

Leave A Reply

Your email address will not be published.