
- ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା, ରାଉରକେଲା
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଧାନସଭା କ୍ଷେତ୍ର ଅନ୍ତର୍ଗତ କୋଏଲ ନଗର ମଣ୍ଡଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ତ୍ରିବିକ୍ରମ ମାଝୀଙ୍କ ଅଧ୍ୟକ୍ଷତାରେ କୋଏଲ ନଗରର ପୂଜା ପେଣ୍ଡାଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ପ୍ରାରମ୍ଭ ହୋଇଥିଲା । ମଣ୍ଡଳ ସଭାପତି ତାଙ୍କ ସ୍ଵାଗତ ଭାଷଣରେ ବୈଠକର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ସଂଗଠନକୁ ସକ୍ରିୟ, ସୃଦୃଢ଼ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ମଂଚାସୀନ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସତ୍ୟପ୍ରିୟ ସାହୁ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସମ୍ପାଦକ ପ୍ରଣତାପ୍ ଦାସ, ମଣ୍ଡଳ ପ୍ରଭାରୀ ଆଲୋକ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ସାହୁ, ପୂର୍ବତନ ଜିଲ୍ଲା ସମ୍ପାଦକ ସସ୍ମିତା ପାଢ଼ୀ, ପୂର୍ବତନ ମଣ୍ଡଳ ସଭାପତି ଶକ୍ତେଶ୍ୱର୍ ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ବିଶ୍ୱନାଥ ମହାନ୍ତି ଆଦି ମଞ୍ଚାସୀନ ନେତୃବୃନ୍ଦ ବିଜେପିର ଇତିହାସ, ସାଙ୍ଗଠନିକ, ସରକାରଙ୍କ ଉପଲବ୍ଧି ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା, ସଂଗଠନକୁ ସୁଦୃଢ଼ ଓ ସକ୍ରିୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ରାଉରକେଲା ମହାନଗର ନିଗମର ବହୁବର୍ଷ ଧରି ସ୍ଥଗିତଥିବା ନିର୍ବାଚନକୁ ଶୀଘ୍ର କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ । ତାହାର ଘୋଷଣା ହୋଇଥିବାରୁ ଏହି ବୈଠକରେ ରାଜ୍ୟ ସରକାର ଓ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ବାବାଜି ଚରଣ ଜେନା, କାମାକ୍ଷା ନାରାୟଣ ଚୌବେ, ବିଜୟ ଚୌହାନ, ସୁମନ୍ତ ଜେନା, ଶାନ୍ତନୁ ମହାରଣା, ରୋଶନ ଇନ୍ଦ୍ୱାର, ବନ୍ଦିତା ମାହାତୋ, ସରୋଜିନୀ ଦାସ, ଝିଲି ହରିପାଲ, ସତ୍ୟବାନ ନାୟକ, ଦେବପ୍ରସାଦ ସାହୁ, ମିକା ସିଂ, ସୁବ୍ରତ ମଲ୍ଲିକ, ପୀତବାସ ସେନାପତି, ମାନସ ବିଶ୍ୱାଳ ଓ ବହୁ ଆପେଖିତ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।