jayashree

କର୍ମଜୀବୀ ଗୋବିନ୍ଦ ମହାରଣାଙ୍କ ଅଭିଯୋଗ : ତୁରନ୍ତ ରାମେଶ୍ୱର ଶ୍ମଶାନ ସଫେଇ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ରାମେଶ୍ୱର ସ୍ଥିତ ଶ୍ମଶାନ ସଫେଇ ନ ହୋଇ ଜଙ୍ଗଲରେ ପରିଣତ ହୋଇଥିଲା ବେଳେ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥଲା । ଏନେଇ ଶ୍ରୀ ମହାରଣା ଗତକାଲି ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏନେଇ ଜିଲ୍ଲାପାଳ ତ୍ଵରିତ ପଦକ୍ଷେପ ନେବା ସହ ପୌରପାଳିକାକୁ ସଫେଇ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାରଣା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ, ସୁବର୍ଣ୍ଣପୁର ପୌରପାଳିକାରେ ରାମେଶ୍ୱର ଶ୍ମଶାନ ଘାଟର ସଫେଇ ପାଇଁ ଦୁଇଥର ଅଭିଯୋଗ କରିଛି ଏବଂ ଆଶ୍ୱାସନା ମଧ୍ୟ ମିଳିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଚେୟାରମ୍ୟାନ କିମ୍ବା ପୌର ନିର୍ବାହୀ ଅଧିକାରୀ (ଇଓ) ସଫେଇ ପାଇଁ କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏକ ବହୁମୂଲ୍ୟ ସୁନ୍ଦର ସ୍ଥାପତ୍ୟକୁ ପାଳିକା ଦ୍ୱାରା ଅବହେଳା କରାଯାଉଛି । ତେଣୁ ଦୟାକରି ପୌରପାଳିକା କର୍ତ୍ତୃପକ୍ଷଙ୍କୁ ରାମେଶ୍ୱର ସ୍ୱର୍ଗଦ୍ୱାର ସଫା କରିବା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ, ଏହା ଏବେ ଏକ ଜଙ୍ଗଲ ଏବଂ ଅପରିଷ୍କାର ସ୍ଥାନରେ ପରିଣତ ହୋଇଯାଇଛି । ସବୁଠୁ ଦୁଃଖର କଥା ଏଠାରେ ୪ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି କିନ୍ତୁ ସେମାନେ କେବେବି ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଏକ ବହୁମୂଲ୍ୟ ସୁନ୍ଦର ସ୍ଥାପତ୍ୟକୁ ପାଳିକା ଦ୍ୱାରା ଅବହେଳା କରାଯାଉଛି । ଏହା ଜାଣିବା ପରେ ଜିଲ୍ଲାପାଳ ଶ୍ରୀ ସିଂହ ତୁରନ୍ତ ସଫେଇ ପାଇଁ ପୌରପାଳିକାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ସଫେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆଜି ପୌରାଧ୍ୟକ୍ଷା ତାମସୀ ତମସ୍ମିତା ନାୟକ ଓ ତାଙ୍କ ସ୍ୱାମୀ ପ୍ରକାଶ ଚନ୍ଦ୍ର ସାହୁ ପୌର କର୍ମଚାରୀଙ୍କ ଦ୍ୱାରା ସଫେଇ କାମ ଆରମ୍ଭ କରିଥିବା ବେଳେ ଶ୍ରୀ ମହାରଣା ଏହାର ତଦାରଖ କରୁଛନ୍ତି । ସର୍ବସାଧାରଣରେ ପ୍ରଶ୍ନ ଉଠୁଛି ଯେ ଯଦି ଆମ ଜିଲ୍ଲାପାଳ ଡ୍ରେନ ସଫେଇ, ସ୍ୱର୍ଗଦ୍ୱାର ସଫେଇ, ଆଲୋକ ବ୍ୟବସ୍ଥା, ବ୍ଲିଚିଂ, ଫିନାଇଲ, ମଶା ତେଲ ସିଞ୍ଚନ କଥା ବୁଝିବେ ତା ହେଲେ ସମଗ୍ର ଜିଲ୍ଲାର ଉନ୍ନତି ମୂଳକ ପ୍ରକଳ୍ପର କଥା ବୁଝି ପାରିବେ କି ? ପୌର ପ୍ରଶାସନ କରୁଛି କଣ ? ଏହା ଜଣାପଡ଼ିବା ପରେ ବୁଦ୍ଧିଜୀବୀ ମହଲରେ ଶ୍ରୀ ମହାରଣାଙ୍କୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.