jayashree

ତେଲ ନଦୀ ପରେ ସୋନଗଡ଼ ନଦୀରେ ବାହାରିଲା କୁମ୍ଭୀର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ଗୁଡଭେଲା ବ୍ଲକ୍ ଅଞ୍ଚଳରେ ଗତ କିଛି ଦିନ ହେଲା କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଦୁଇଦିନ ତଳେ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ତୁର୍ଲା ସ୍ଥିତ ତେଲ ନଦୀରେ କୁମ୍ଭୀର ବୁଲୁଥିବା ବେଳେ ରବିବାର ଦିନରୁ ସୋନଗଡ ନଦୀରେ ଦେଖିବାକୁ ମିଳିଥିବାରୁ ନଦୀ ବ୍ରିଜରେ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ କୁମ୍ଭୀରକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ । ତେବେ ଆଜି ଦେଓଗାଁ- ତୁଷୁରା ରାସ୍ତା ସାଲେପାଲି ବ୍ରିଜ ତଳେ ଏକ କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ ଜଣେ ମାଛ ଧରାଳି । ଏନେଇ ଗାଁ ଲୋକଙ୍କୁ ଖବର ଦେବା ପରେ ନଦୀକୁ ଲୋକଙ୍କ ସୁଅ ଛୁଟି ଥିଲା । ଅଳ୍ପ ପାଣି ଭିତରେ କୁମ୍ଭୀର ଥିବାରୁ ବନ ବିଭାଗର ସ୍ୱତନ୍ତ୍ର ଟିମ ଟ୍ରାକ କରି ଧରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏନେଇ ଦେଓଗାଁ ଫରେଷ୍ଟର ଜନ୍ମେଜୟ ପାଣିଗ୍ରାହୀଙ୍କୁ ପଚାରିବାରୁ କୁମ୍ଭୀରକୁ ଧରିବାର ପ୍ରୟାସ ଜାରି ରହିଛି ଲୋକଙ୍କୁ ନଦୀକୁ ନ ଯିବା ପାଇଁ ବାରଣ କରାଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.