
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷକପଲ୍ଲୀଠାରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱଶାନ୍ତି ମହାଯଜ୍ଞ ଓ ଚତୁଃଧାମ ମହୋତ୍ସବ। ଏନେଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଅବସରରେ ଗ୍ରାମରେ ଏକ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଆସନ୍ତା ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ମହୋତ୍ସବ ଚାଲିବ। ଏଥିରେ ନବକୁଣ୍ଡୀୟ ମହାଯଜ୍ଞ ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ହେବ। ଶୁଭସ୍ତମ୍ଭ ସ୍ଥାପନ ସହ ମହୋତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ମହୋତ୍ସବ ଅଞ୍ଚଳରେ ଧାର୍ମିକ ଭାବନା ଓ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରସାର କରିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।