jayashree

ସାମ୍ୱାଦିକ ତଥା ସମାଜସେବୀଙ୍କ ମାତୃ ବିୟୋଗ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀଙ୍କ ମାତା ଶ୍ରୀମତୀ ବିଶାଖା ତ୍ରିପାଠୀଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ସୋନପୁର ବ୍ଲକ ମୟୂରଉଡାନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସୋନପୁର ବ୍ଳକ ଉପାଧ୍ୟକ୍ଷ ସ୍ୱର୍ଗତ ଘାସିରାମ ତ୍ରିପାଠୀଙ୍କ ଧର୍ମପତ୍ନୀ ଭାବେ ପୁଣ୍ୟାତ୍ମା ବିଶାଖା ତ୍ରିପାଠୀ ସୋନପୁର ବ୍ଲକ ଓ ସୋନପୁର ସହରରେ ବେଶ୍ ପରିଚିତ ଥିଲେ । ଗତ କାଲି ରାତିରେ ସୋନପୁର ଗ୍ରୀଡକୋ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଶ୍ରୀମତୀ ତ୍ରିପାଠୀଙ୍କ ପରାଲୋକ ଘଟିଛି । ସ୍ଵର୍ଗୀୟା ତ୍ରିପାଠୀ ଜଣେ ସରଳ, ସଚ୍ଚୋଟ, ଧର୍ମ ପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଭାବେ ସୋନପୁର ବ୍ଲକ ଅଞ୍ଚଳ ତଥା ସହରରେ ସେ ପରିଚିତ ଥିଲେ । ସ୍ୱର୍ଗୀୟା ତ୍ରିପାଠୀଙ୍କ ଆଜି ରବିବାର ସକାଳେ ରାମେଶ୍ୱର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କାରାଯିବ । ସୋନପୁରର ବିଶିଷ୍ଟ ହୋଟେଲ ବ୍ୟବସାୟୀ ଚମରା ରାମ ତ୍ରିପାଠୀ, ବରିଷ୍ଠ ଓକିଲ ହରି ନାରାୟଣ ତ୍ରିପାଠୀ, ଔଷଧ ବ୍ୟବସାୟୀ ଭୁବନ ମୋହନ ତ୍ରିପାଠୀ, ବଡ଼ପୁଅ ନିରଞ୍ଜନ ତ୍ରିପାଠୀ, ମଝିଆ ପୁଅ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଓକିଲ ଦେବ ରଞ୍ଜନ ତ୍ରିପାଠୀ, ସାନପୁଅ ଡାକ୍ତର ଚିତ୍ତ ରଞ୍ଜନ ତ୍ରିପାଠୀ, ଓକିଲ ନନ୍ଦ କିଶୋର ତ୍ରିପାଠୀ, ସ୍ୱାଧୀନ ତ୍ରିପାଠୀ, ପ୍ରଶାନ୍ତ ତ୍ରିପାଠୀ, ପ୍ରହଲ୍ଲାଦ ତ୍ରିପାଠୀ, ବ୍ୟବସାୟୀ ଆଲୋକ ତ୍ରିପାଠୀ, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ଦୀପକ ତ୍ରିପାଠୀଙ୍କ ସମେତ ତିନି ପୁତ୍ର ବଧୂ, ତିନି ଝିଅ, ନାତି ନାତୁଣୀ, ତିନି ନଣନ୍ଦ, ଜ୍ୱାଇଁ ଶଙ୍କର ଦାଶ, ପ୍ରଦୀପ ଶତପଥୀ, ସୁରେଶ ପାଣିଗ୍ରାହୀ, ଭାଇ ହରିହର ଶତପଥୀ, ଆତ୍ମୀୟ ସ୍ଵଜନ ମର ଶରୀର ପାଖରେ ଉପସ୍ଥିତ ରହିଥିବା ବେଳେ ସୋନପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗିୟା ତ୍ରିପାଠୀଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲା ପ୍ରସାଶନ ପକ୍ଷରୁ ଏଡିଏମ୍‌ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ରାମେଶ୍ୱର ଶ୍ମଶାନ ଠାରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave A Reply

Your email address will not be published.