୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇ ସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପିଠସ୍ଥଳୀରେ ଅନୁଷ୍ଟିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ଉକ୍ତ ବ୍ୟାଚର ୬୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗ ଦେଇ ପାଠପଢା ବେଳର ପୁରୁଣା ସ୍ମୃତିକୁ ମନପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମିତି କ୍ରମେ ନିଷ୍ପତି ହୋଇଥିଲା । ପୁରାତନ ସହପାଠୀ ଆଲୋକମୟ ହରିଚନ୍ଦନ, ବିଭୁତିଭୁଷଣ ପାଇକରାୟ, ଅରୁଣ ପଣ୍ଡା, ପ୍ରକାଶ ପାଟ୍ଟଶାଣୀ, ଶ୍ରୀନିବାସ କୁଣ୍ଡ, ମାନସ ବଡଜେନା, ସରୋଜ ଚମ୍ପତି, କୈଳାସ ଚନ୍ଦ୍ର ପରିଡା, ରବିନାରାୟଣ ପରିଡା, ପ୍ରମୋଦ କୁମାର ସାହୁ, ବିଦ୍ୟାଧର ମାର୍ଥା, ପ୍ରକାଶ ସାମନ୍ତସିଂହାର, ସର୍ବେଶ୍ୱର ପାତ୍ର, କୃଷ୍ଣ ଚନ୍ଦ୍ର ପାଲଟାସିଂହ, ଗିତାରାଣୀ ରଣଜିତ୍‌, ହରପ୍ରିୟା ପାଇକରାୟ, ଅଲିଭା ଦାସ, ଭାରତି ଦାସ, ମଜୁଂଲତା ସାହୁ, ବିଷ୍ଣୁପ୍ରିୟା ବଳବନ୍ତରାୟ, ରତ୍ନମଜଂରୀ ସାହୁ, ପ୍ରବୀଣା ମଙ୍ଗରାଜ, ଅର୍ଣ୍ଣପୁର୍ଣ୍ଣା ରଣଜିତ, ରାଜକିଶୋର ମାର୍ଥା, ପିତବାସ ମହାରଣା, ମନୋଜ ମାହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଲିଭା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.