jayashree

ଜମି ବିବାଦରୁ ଝିଆରୀଙ୍କୁ ତୀର ମାଡ଼, କକା ଅଟକ

ରାଉରକେଲା : ଜମି ବିବାଦକୁ କେନ୍ଦ୍ର କରି ଝିଆରୀଙ୍କୁ ତୀର ମାଡ଼ କଲେ କକା। ଏଭଳି ଏକ ଗୁରୁତର ଘଟଣା ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରା ପଞ୍ଚାୟତର ଦଲପୋଷ ଗାଁରେ ଘଟିଛି। ତୀର ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ରଜନୀ ଟପ୍ପନ। ସୂଚନା ଅନୁସାରେ, ଜମି ବିବାଦକୁ ନେଇ କକା ଓ ଝିଆରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ଏହାକୁ କେନ୍ଦ୍ର କରି କକା ନିଜ ଝିଆରୀଙ୍କ ଉପରକୁ ତୀର ମାଡ଼ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତୀରଟି ମହିଳାଙ୍କ ପେଟରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ଖବର ପାଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କକାଙ୍କୁ ଅଟକ ରଖିଛି। ଏହି ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.