
ବାଲେଶ୍ଵର, (କେପିଏନ୍ଏସ୍) : ମାଫିଆ ନଜରବନ୍ଦୀ କରୁଥିଲେ । ପିକଅପରେ ଯାଇ ଚଢ଼ାଉ କଲେ ଖଣି ଅଧିକାରୀ । ପ୍ରତିଦିନ ଆସୁଥିବା ଗାଡ଼ିରେ ନଆସି ଏକ ପିକଅପ ଭ୍ୟାନରେ ଖଣି ଅଧିକାରୀ ଜଗନ ବେହେରା ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଆସି ଅଚାନକ ବାଗୁଡି ପଥର ଖାଦାନରେ ଚଢ଼ାଉ କରିଥିଲେ । ସୋର ପଥର ମାଫିଆମାନେ ମାସିକିଆ ଦରମାରେ କିଛି ଲୋକଙ୍କୁ ନିଯୁକ୍ତି ଦେଇ ପ୍ରତି ଛକରେ ସେମାନଙ୍କୁ ଜଗାଉଛନ୍ତି । ଅଧିକାରୀମାନଙ୍କ ଗତିବିଧି ଉପରେ ଲକ୍ଷ ରଖିବା ସହିତ ସମସ୍ତ ତଥ୍ୟ ହ୍ଵାଟ୍ସଆପ ଗ୍ରୁପରେ ସେୟାର ହେଉଛି । ଫଳରେ ଚଢ଼ାଉ ହେବା ପୂର୍ବରୁ ମାଫିଆମାନେ ସତର୍କ ହେଉଛନ୍ତି । ଏପରି ସ୍ଥଳେ ଗତକାଲି ମାଫିଆମାନଙ୍କ ଠାରୁ ଦୁଇପାଦ ଆଗରେ ରହି ଖଣି ବିଭାଗ ପକ୍ଷରୁ ଗାଡି ବଦଳାଇ ଚଢ଼ାଉ କରାଯାଇଛି । ପଥର ଲୁଟ ବନ୍ଦ କରିଥିବା ଜଣାପଡ଼ିଛି । ପ୍ରତିଦିନ ଆସୁଥିବା ଗାଡ଼ିରେ ନଆସି ଏକ ପିକଅପ ଭ୍ୟାନରେ ଖଣି ଅଧିକାରୀ ଜଗନ ବେହେରା ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଆସି ଅଚାନକ ବାଗୁଡି ପଥର ଖାଦାନରେ ଚଢ଼ାଉ କରିଥିଲେ । ଏହି ସମୟରେ ବାଗୁଡି ପଥର ଖାଦାନରୁ ପଥର ବୋଝେଇ କରି ଯାଉଥିବା (ଓଡ଼ି ୦୧ କିୟୁ ୯୩୪୮,ଓଡ଼ି ୦୧ ଏକ୍ସ ୬୨୯୨,ଓଡ଼ି ୦୧ ଏନ ୫୮୭୯ ଓ ଓଡ଼ି ୦୧ ଡବ୍ଲୁ ୫୮୭୯) ନମ୍ବର ବିଶିଷ୍ଟ ଚାରୋଟି ପଥର ବୋଝେଇ ଡ଼ମ୍ଫରକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ । ଚଢ଼ାଉ ହେଉଥିବା ଜାଣିପାରି ମାଫିଆମାନେ ହ୍ଵାଟ୍ସଆପ ଗ୍ରୁପରେ ସକ୍ରିୟ ହୋଇ କିଛି ସମୟ ପାଇଁ ପଥର ଲୁଟ ବନ୍ଦ କରିଥିବା ଜଣାପଡ଼ିଛି ।