jayashree

ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ୫ ରାଉଣ୍ଡ ଗୁଳିମାଡ଼

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣା ପରେ ସାମ୍ନାକୁ ଆସିଛି ତାଙ୍କର ପ୍ରଥମ ଭିଡିଓ । ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ଏହି ଗୁଳିମାଡ଼ରେ ଟାଇଗର ସାମାନ୍ୟ ଆହତ ହୋଇଥିବା ବେଳେ ସେ ସୁରକ୍ଷିତ ଅଛନ୍ତି । ତାଙ୍କ ଡାହାଣ ହାତ ଓ ଛାତିରେ ବାରୁଦର ନିଆଁ ଯୋଗୁଁ ଆଘାତ ଲାଗିଛି । ତେବେ ତାଙ୍କ ଦେହରେ ଗୁଳି ବାଜିନାହିଁ । ଘଟଣା ପରେ ଟାଇଗରଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି । ଗୁଳିମାଡ଼ରେ ଟାଇଗରଙ୍କ କାର୍‌ ଡ୍ରାଇଭରଙ୍କ ସହ ଜଣେ ଅଟୋ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ପୋଲିସ ୧୫ଟି ଟିମ୍ ଗଠନ କରିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍ ଜବତ ହୋଇଥିବା ବେଳେ ଜଣଙ୍କୁ ପଚରାଉଚରା ପାଇଁ ହେପାଜତକୁ ନିଆଯାଇଛି । ଏହି ଗୁଳିମାଡ଼ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.