
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଏଫ ଇ ଟୁ ଆରକେଡ଼ ଓ ଯଶପାଲ ସ୍ମୃତି ଚିତ୍ରାଳୟର କଳାସୃଜନୀର ମିଳିତ ସହଯୋଗରେ ଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଠାରୁ ଆରମ୍ଭ ହୋଇଛି । ଶିଳ୍ପୀ ଶିବିରରେ ସମ୍ବଲପୁରରୁ ମନୋଜ କୁମାର ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ମେହେର, ବଡ଼ବିଲରୁ ପବିତ୍ର ମୋହନ ପାତ୍ର, ରାଉରକେଲାରୁ ରମେଶ ଚନ୍ଦ୍ର ପାତ୍ର, ପ୍ରତାପ କୁମାର ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ, ପୂର୍ବୀତା ପଟ୍ଟନାୟକ, ରଶ୍ମିବାଳା ସାହୁ, ରାମଶିଷ ପ୍ରସାଦ, ଦିଲୀପ କୁମାର ଦାସ, ସିଦ୍ଧାର୍ଥ ଶଙ୍କର ଜେନା, ରୁବି କୁମାରୀ ବର୍ମା, ସୁକନ୍ୟା ମହାନ୍ତି, ସସ୍ମିତା ସାହୁ, ବନିତା ପୁରୋହିତ, ସୁରୁ ମାଝୀ ଓ ପ୍ରିୟଙ୍କା ନାଗେଶ୍ୱରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶିଳ୍ପୀ ଶିବିରକୁ ବରିଷ୍ଟ ଚିତ୍ରଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର, ଦିଲୀପ କୁମାର ଦାସ, ସସ୍ମିତା ପଟ୍ଟନାୟକ ଓ ପ୍ରତାପ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । ଏଫ ଇ ଟୁ ଆରକେଡ଼ର ମ୍ୟାନେଜର ଶୁଭମ ଅଗ୍ରୱାଲ କ୍ରମାଗତ ଭାବେ ଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ଆୟୋଜନ କରି ପ୍ରବୀଣ ଓ ନବୀନ ଶିଳ୍ପୀମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରୁଥିବାରୁ ଶିଳ୍ପୀମାନେ ଉତ୍ସାହିତ ଅଛନ୍ତି । ମ୍ୟାନେଜର ଶ୍ରୀ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀଟି ଆୟୋଜିତ ହୋଇଥିଲା । ଅଂଶଗ୍ରହଣକାରୀ ଚିତ୍ରଶିଳ୍ପୀମାନଙ୍କୁ ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ଶ୍ରୀ ଅଗ୍ରୱାଲ ଉତ୍ସାହିତ କରିଥିଲେ । ପ୍ରଦର୍ଶନୀଟି ୨୦ତାରିଖ ପର୍ଯ୍ୟନ୍ତ କଳାପ୍ରେମୀ ଓ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ମିଳିଛି ।