
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କେନ୍ଦ୍ର ବିଦ୍ୟାଳୟ ଲୋଇସିଂହା ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ଦାସ, ହିରାପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଣିକର ମାଝୀ, ସିଆରସିସି ଶୋଭଙ୍କର ପଧାନ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପର୍ଶୁରାମ ସୁନା ଏବଂ ବିଷ୍ଣୁପ୍ରିୟା ଦାସ ମଞ୍ଚ ପରିଚାଳନା କରିଥିଲେ । କରୁଣା କିଶାନ, ରଞ୍ଜନ ସେଟ୍, ସାଗର ନାଗ, ପ୍ରେମରାଜ କୁମ୍ଭାର, ରାଜୁ ପଧାନ, ବିରେନ୍ଦ୍ର କୁମାର ବାରିକ, ହେମନ୍ତ କୁମାର ନାଗ, ସୁଦାମ ମେହେର, ଅନିତା ନାଗ, ମିରା ତ୍ରିପାଠୀ, ଜ୍ୟୋତ୍ସ୍ନାମୟୀ ସାହୁ, ବିନୋଦିନୀ ସୁନା, ସ୍ମିତା ମିଶ୍ର, ଜ୍ୟୋତି ବିଶ୍ଵାଲ, ସୁନିତା ପ୍ରଧାନ, ସସ୍ମିତା ନନ୍ଦ, ରୋଜାଲିନ ପଟ୍ଟନାୟକ, ଆକାଂକ୍ଷିକା ସାହୁ, ନମିତା ତ୍ରିପାଠୀ, ଚେତାବନୀ ସାହୁ, ପ୍ରିୟଦର୍ଶିନୀ ହାତୀ, ଆରତୀ ଗଡତ୍ୟା, ମଧୁସ୍ମିତା ଭୋଇ, ପ୍ରିୟଙ୍କା ମୁନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମୃଦ୍ଧ ଭାଷା ଓ ସମୃଦ୍ଧ ସଂସ୍କୃତି ଆଧାରିତ ନାଚ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ଦିଆଯାଇଥିଲା । ପରିଶେଷରେ ପର୍ଶୁରାମ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।