
- ରୋଶନ ସଭାପତି, ଲଭଲି ଉପସଭାପତି ଓ ସୁନିଲ ସାଧାରଣ ସମ୍ପାଦକ ନିର୍ବାଚିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବପୁରାତନ ସୋନପୁର କଲେଜରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ବଢ଼ିଥିଲା । ସୋନପୁର କଲେଜର ସର୍ବମୋଟ ୧୨୧୪ ଜଣ ଭୋଟରଙ୍କ ମଧ୍ୟରୁ ୯୨୬ ଜଣ ଭୋଟର ମତଦାନ ସହ ସର୍ବମୋଟ ୭୬.୨ ପ୍ରତିଶତ ମତଦାନ ହୋଇଥିଲା । ତେବେ ଛାତ୍ର ସଂସଦ ସଭାପତି ପଦବୀରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ରୋଶନ ଶର୍ମା ୫୬୩ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ଆକାଶ ବଡମାଲି ୩୫୦ ଭୋଟ ପାଇଥିଲେ । ସେହିପରି ଉପ-ସଭାପତି: ଲଭ୍ଲି ସାହୁ ୫୮୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ରଚନା କୁମ୍ଭାର ୩୨୨ ଭୋଟ ପାଇଥିଲେ । ସାଧାରଣ ସମ୍ପାଦକ ସୁନୀଲ କୁମାର ପ୍ରଧାନ ୫୪୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ସମୀର ବାରିକ ୩୬୧ ଭୋଟ ପାଇଥିଲେ । କ୍ରୀଡା ସମ୍ପାଦକ ସ୍ୱାଧୀନ ସାହୁ ୫୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶୁଭମ୍ ସାହୁ ୩୪୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି ସହ ସାଧାରଣ ସମ୍ପାଦକ ଭାବରେ କ୍ରିସ୍ କୁମାର ନାଏକ, ନାଟ୍ୟ ସମ୍ପାଦକ ସ୍ୱପ୍ନା ନାଏକ, ସହ ନାଟ୍ୟ ସମ୍ପାଦକ ସନାତନ କର୍ଣ୍ଣ, ସହ କ୍ରୀଡା ସମ୍ପାଦକ ଆଶୁତୋଷ କୁମାର ଭୋଇ, ଡେ ସ୍କଲାର ସହ ସମ୍ପାଦକ ପ୍ରୀତମ ସୁନା, ଡେ ସ୍କଲାର ସମ୍ପାଦକ ସମୀର ନାଏକ, ସଂଗୀତ ସମାଜ ସମ୍ପାଦକ ଜିତେନ୍ଦ୍ର କଳତା, ବିଜ୍ଞାନ ସମାଜ ସମ୍ପାଦକ ଶାଶ୍ୱତ କୁମାର ପଣ୍ଡା, ସମାଜ ସେବା ସମ୍ପାଦକ ବାଦଲ ନାଏକ, କଲେଜ ପତ୍ରିକା ପ୍ରତିନିଧି ଜୟମଙ୍ଗଳ ଦଳବେହେରା ବିଜୟୀ ହୋଇଛନ୍ତି । ମୋଟ ୯ଟି ରାଉଣ୍ଡରେ ହୋଇଥିବା ଏହି ଭୋଟ ଗ୍ରହଣ ପ୍ରକ୍ରିୟା ୬ଟି ବୁଥ୍ରେ ଅନୁଷ୍ଠିତ ହୋଇଥିଲା । କଲେଜ ଅଧଷକ୍ଷ ପ୍ରଫେସର ରାଧାକାନ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ଗଣନା ଅଧିକାରୀ ଭାବରେ ଅକ୍ଷୟ କୁମାର ସାହୁ, ଡ. ସୌରଭ ଖମାରୀ ନିର୍ବାଚନ ଅଧିକାରୀ, ଅଧ୍ୟାପକ ଉମାକାନ୍ତ ନାଗ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିଲେ । ଡ. ନରେନ୍ଦ୍ର ପ୍ରଧାନ, ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ, ଡ. ମୀନ କେତନ କୁମାର, ଦେବେଶ କୁମାର ମିଶ୍ର, ଚିନ୍ମୟ ପଧାନ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ବିଜୟୀ ପରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଅଭିଷେକ ଶର୍ମା, ରାଜ୍ୟ ଛାତ୍ର ଜନତା ଦଳର ସମ୍ପାଦକ ଅମିୟ କୁମାର ଦାଶ, ପୂର୍ବତନ ବିଜୁ ଛାତ୍ର ଜନତା ସଭାପତି ଶାଶ୍ୱତ କୁମାର ମିଶ୍ର, ପୀୟୁଷ ପଣ୍ଡା ଏବଂ ସୋନାଲୀ ବିଶି ପ୍ରମୁଖ କଲେଜ ସମ୍ମୁଖକୁ ଯାଇ ନିର୍ବାଚିତ ବିଜୁ ଛାତ୍ର ଜନତା ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଭୋଟ ଗଣତି ସରିବା ପରେ ନିର୍ବାଚିତ ପ୍ରାର୍ଥୀ ଏକ ବିଜୟ ଶୋଭାଯାତ୍ରା ବାହାରି ମା’ ସୁରେଶ୍ଵରୀଙ୍କ ମନ୍ଦିର ଠାରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେଇଥିଲେ । ଆଇନ ଶୃଙ୍ଖଳାକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।