jayashree

ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିରେ ଶିକ୍ଷା ନିର୍ଦ୍ଦେଶିକାଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ପିଏମ ଶ୍ରୀ ମହାରାଜା ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ଯୁଗଳେଶ୍ୱରୀ ଦାଶଙ୍କୁ ଏକ ଦାବିପତ୍ର ସହରର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଶ୍ରୀମତୀ ଦାଶଙ୍କ ସୁବର୍ଣ୍ଣପୁର ଗସ୍ତ ଅବସରରେ ସ୍ଥାନୀୟ ସର୍କିଟ ହାଉସ ଠାରେ ମହାରାଜା ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହ ସୁବର୍ଣ୍ଣପୁରରେ ଖାଲି ପଡ଼ିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପଦବୀ ଶୀଘ୍ର ନିଯୁକ୍ତି ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସମାଜସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ୱରେ ବିଜୟ କେତନ ରାୟଗୁରୁ, ଜନ୍ମେଜୟ ପାତ୍ର, ଶେଷଦେବ ମେହେର ଏବଂ ଶିକ୍ଷକ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଏ ନେଇ ବିସ୍ତୃତ ଆଲୋଚନାରେ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିଯୁକ୍ତି ପାଇଁ ଶ୍ରୀମତୀ ଦାଶ ଦୃଢ଼ ପ୍ରତିଶୃତି ଦେଇଥିବା ସମାଜସେବୀ ଗୋବିନ୍ଦ ମହାରଣା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.