ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଟ୍ୱିଟ ଯୋଗେ ଅଭିନ‌ନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଯୋଗେ ଅଭିନ‌ନ୍ଦନ ଜଣାଇ ଲେଖିଛ‌ନ୍ତି ଯେ, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ବ୍ୟାପକ ପ୍ରସାରରେ ମାତୃଭାଷାର ବଳିଷ୍ଠ ଭୂମିକା ରହିଛି । ଆମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ଅତୁଳନୀୟ ଅବଦାନ ଥିବା ମହାପୁରୁଷମାନଙ୍କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସ୍ମରଣ କରି ଆସନ୍ତୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବ ।

Leave A Reply

Your email address will not be published.