jayashree

ଜିଲ୍ଲା ମହାସଭା ଦ୍ୱାରା ଭାଗବତ ଜନ୍ମତ୍ସୋବ ଓ ଗଙ୍ଗା ଆଳତି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ସହରରେ ପ୍ରଥମ ଥର ପାଇଁ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ବଳିଷ୍ଠ ସାଂଗଠନିକ ଓ ବ୍ରାହ୍ମଣ ସମାଜର ନିଷ୍ପତ୍ତି ଉଦ୍ୟମରେ ଭାଦ୍ରବ ଇନ୍ଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ମହା ଆଡମ୍ବରରେ ଭାଗବତ ଜନ୍ମ ତଥା ଇନ୍ଦ୍ରତ୍ସବ ମହୋତ୍ସବ ପାଳନ କରାଯାଇଥିଲା । ଏହି ପୂଜାର୍ଚ୍ଚନାରେ ପଣ୍ଡିତ ସନ୍ତୋଷ ମିଶ୍ର ମୁଖ୍ୟ ଯଜ୍ଞାଚାର୍ଯ୍ୟ, ପଣ୍ଡିତ ସୁରେଶ କୁମାର ପଣ୍ଡା, ପଣ୍ଡିତ ସୋମନାଥ ତ୍ରିପାଠୀ ସହଯଜ୍ଞଚାର୍ଯ୍ୟ, ଯଜ୍ଞାଦି, ପୂଜା ବିଧିକାର୍ଯ୍ୟ ଓ କର୍ତ୍ତା ଭାବେ ପୂଜାରେ ସହ ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ଓ ତାଙ୍କ ପତ୍ନୀ ମେନକା ମିଶ୍ର ସସ୍ତ୍ରୀକ ବସି ତୁଲାଇଥିଲେ । ସହର ଓ ଆଖାପାଖ ଗ୍ରାମାଞ୍ଚଳରୁ ପ୍ରାୟ ୩୫ ଜଣ ଭାଗବତ ପ୍ରେମୀ ବ୍ରାହ୍ମଣ ଦେବତାଗଣ ଶ୍ରୀମଦ୍‌ ଭାଗବତ, ଗୀତାପୁରାଣ ଓ ବିଷ୍ଣୁ ସହସ୍ରନାମ ପଠନ କରିଥିଲେ । ଅପରାହ୍ନ ୩ ଘଣ୍ଟା ସମୟରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ, ଉପସଭାପତି କିଶୋର ପୁରୋହିତ ଓ ରାଜଶ୍ରୀ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ଉପଦେଷ୍ଟା ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ ଓ ମନୋରଂଜନ ପୁରୋହିତ, କାର୍ଯ୍ୟକାରୀ ପରିଷଦ ସଭ୍ୟ/ସଭ୍ୟା କିଶୋର ମୋହନ ମିଶ୍ର, ସନ୍ତୋଷ ତ୍ରିପାଠୀ, ଜଗଦିଶ ନାଥ, କୃପାସିନ୍ଧୁ ମିଶ୍ର, ସୁବାଷ ଶତପଥୀ, ବିଧୁ ଭୂଷଣ ତ୍ରିପାଠୀ, ଦିବାକର ହୋତା, ରଞ୍ଜିତା ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ମିଶ୍ର, ସୁବ୍ରତ ରଞ୍ଜନ ମିଶ୍ର, ସୁରେଶ ମିଶ୍ର, ନିହାରିକା ମିଶ୍ର, ସାଗରିକା ଗୁରୁ, ବୀଣାପାଣି ଆଚାର୍ଯ୍ୟ ଅନ୍ୟାନ୍ୟ ଶତାଧିକ ସଦସ୍ୟ/ସଦସ୍ୟା ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚାରୁ ରୂପେ ସମାପନ କରିଥିଲେ । ଏହି ଭକ୍ତିଭରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକୁ ସମାଜ ତଥା ସର୍ବସାଧାରଣରେ ଭୁୟସୀ ପ୍ରଶଂସା କରୁଥିବାର ଦୃଷ୍ଟିଗୋଚର ହୋଇଥିଲା । ପରେ ସନ୍ଧ୍ୟା ୬.୩୦ମି. ସମୟରେ ପୂର୍ବରୁ ହୋଇ ଆସୁଥିବା ନିର୍ଦ୍ଧାରିତ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ କରଙ୍ଗାକଣ୍ଟା ବନ୍ଧରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟସିନୀ ତ୍ରିପାଠୀ ସସ୍ତ୍ରିକ ଗଙ୍ଗା ଆଳତିର ମୁଖ୍ୟ ପୁରୋଧା ହୋଇ ତୁଲାଇବା ସହିତ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ମହାଆଡମ୍ବରରେ ପଣ୍ଡିତ ସନ୍ତୋଷ ଶତପଥୀଙ୍କର ମନ୍ତ୍ର ଓ ଆଳତି ଗାନରେ ଏବଂ ବାଦ୍ୟକାର ମାନଙ୍କର ବାଦ୍ୟଯନ୍ତ୍ରରେ ତଥା ବ୍ରାହ୍ମଣ ଦେବତା ଓ ଉପସ୍ଥିତ ଥିବା ଅତିଥି ଶ୍ରଦ୍ଧାଳୁମାନଙ୍କର ହରିବୋଲ ଓ ମାତୃଶକ୍ତିର ହୁଳହୁଳି ନାଦରେ ଆଳତୀ କାର୍ଯ୍ୟକ୍ରମରେ ପୋଖରୀ ଆଖପାଖ ଅଂଚଳରେ ଭୂକମ୍ପନ ହୋଇ ଉଠିଥିଲା । ଉପରୋକ୍ତ କାର୍ଯ୍ୟକ୍ରମମାନଙ୍କରେ ପୌରାଧ୍ୟକ୍ଷା ଲିକା ସାହୁ ସମାଜର ନିମନ୍ତ୍ରଣ କ୍ରମେ ଶ୍ରୀମଦ୍‌ ଭାଗବତ ଓ ମହାଗଙ୍ଗା ଆଳତିରେ ଉପସ୍ଥିତ ରହି ଦର୍ଶନ ଓ ସହଯୋଗ କରିବା ସହିତ ଭଗବାନଙ୍କ ଠାରେ ସର୍ବସାଧାରଣଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.