
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁଦିନ ଧରି ଗାଡ଼ିର ବ୍ୟାଟେରୀ ଚୋରି କରୁଥିବା ମାମଲାରେ ଚମାଖଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ ବ୍ୟାଟେରୀ ଚୋରି କରି ଆସୁଥିଲେ । ଅଭିଯୋଗ କ୍ରମେ ତନାଘନା ଉଦ୍ୟମ ସାଂଗକୁ ପୋଲିସ ଅନୁସନ୍ଧାନ କରି ଦୁଇଜଣ ଚୋରକୁ ଧରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ କଣମଣା ପଞ୍ଚାୟତର ଏସ. ମୋହନ ରେଡ୍ଡୀ (୩୦) ଏବଂ ମିଥୁନ ବେହେରା (୩୪) ଓରଫ୍ ମାଧବ ଏମାନଙ୍କ ଉପରେ ନଜର ରଖି ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଶେଷରେ ନିଜର ଭୁଲ ସ୍ୱୀକାର କରିଥିଲେ । ସେ ଦୁହେଁ କହିଥିଲେ ଯେ, ଆମର ରୋଜଗାର କିଛି ନାହିଁ, ଗୁଜୁରାଣ ମେଣ୍ଟାଇବା ପାଇଁ ଏହି କର୍ମ କରୁଥିଲୁ । ତେବେ ଚମାଖଣ୍ଡି ଥାନା ଅଧିକାରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ଏହି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ଠାରୁ ୬ଟି ବଡ଼ ଗାଡ଼ିରେ ବ୍ୟବହୃତ ବ୍ୟାଟେରୀ ଜବତ କରାଯାଇଛି । ଚମାଖଣ୍ଡି ଥାନା କେଶ ନମ୍ବର-୩୭୫ ତାରିଖ ୨୫.୯.୨୬ରେ ୩୦୩(୨)/୩(୫) ବିଏନ୍ଏସ୍ ଅନୁଯାୟୀ ଗିରଫ କରାଯାଇ ଶନିବାର ଛତ୍ରପୁରର ଏସ୍ଡିଜେଏମ୍ଙ୍କ କୋର୍ଟକୁ ପଠାଯାଇଛି ।