jayashree

ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଏଭଳି ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ । ସୂଚନା ଅନୁସାରେ, ଜଣେ ବାଇକ୍ ଆରୋହୀ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ପରେ ବାଇକ୍‌ଟି ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକ କେଶବ ନାୟକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ, ବାଇକ୍ ଧକ୍କାରେ ଆହତ ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୁଇଁତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.