jayashree

ରାଜ୍ୟର ଯୋଗାଣ ସହାୟକମାନେ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ ପାଇଁ ଆନ୍ଦୋଳନ

  • ଯୋଗାଣ ସହାୟକଙ୍କ ଦାବି ପୂରଣ କରନ୍ତୁ ସରକାର – ନରସିଂହ
  • ମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ୟା ସମାଧାନ ଦିଗରେ ଆଲୋଚନା କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ ପାଇଁ ଆନ୍ଦୋଳନ କରୁଛନ୍ତି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପଂଚାୟତ ମାନଙ୍କରେ କାମ କରୁଥିବା ପାଖାପାଖି ୨୩୦ ଜଣ ଯୋଗାଣ ସହାୟକ ଆନ୍ଦୋଳନରେ ଯୋଗଦେଇ ତାଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକୁ ନେଇ ସରକାରଙ୍କ ସମ୍ମୁଖରେ ରଖିଛନ୍ତି । ତାଙ୍କର ମୁଖ୍ୟ ଦାବି ମାସିକ ପାରିଶ୍ରମିକ ରାଶି ବୃଦ୍ଧି କରାଯାଉ । ବର୍ତ୍ତମାନ ସେମାନେ ପାଉଥିବା ୮ହଜାର ଟଙ୍କା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀରୁ ମଧ୍ୟ ବହୁତ କମ୍‌ । ସରକାର ଚାକିରୀ ପ୍ରଦାନ କ୍ଷେତ୍ରରେ ଜନମଙ୍ଗଳକାରୀ ପଦକ୍ଷେପ ନେବା ପରିବର୍ତ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ମଣିିଷର ଦୈନନ୍ଦିନ ଗୁଜୁରାଣ ମେଣ୍ଟି ନ ପାରିବା ଭଳିଆ ପାରିଶ୍ରମିକ ନ ଦେଇ ଲୋକଙ୍କର ଜୀବନ ଜିଇଁବାର ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ମାତ୍ର ୮ ହଜାର ଟଙ୍କାରେ ଜଣେ ଯୋଗାଣ ସହାୟକ ତାର ପରିବାର ଚଳାଇବ କିପରି ? ତେଣୁ ସରକାର ଯେତେ ଶୀଘ୍ର ହେବ ଆନ୍ଦୋଳନରତ ଯୋଗାଣ ସହାୟକ ପାଖକୁ ଯାଇ ଆଲୋଚନା ମାଧ୍ୟମରେ ତାଙ୍କର ଦାବି ଗୁଡିକୁ ତୁରନ୍ତ ପୂରଣ କରନ୍ତୁ ବୋଲି ଆଜି ନିଜ ଆବାସିକ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ଆନ୍ଦୋଳନରତ ଯୋଗାଣ ସହାୟକମାନଙ୍କର ଦାବି ଓ ଅନୁରୋଧ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯୋଗାଣ ସହାୟକଙ୍କ ଜିଲ୍ଲା ସଭାପତି ଅମୂଲ୍ୟ ବାରିକଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳଙ୍କ ଆଲୋଚନା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ । ଯେହେତୁ ଏହି ସମସ୍ୟାରେ ସାରା ରାଜ୍ୟରେ ଦେଖାଦେଇଛି ତେଣୁ ଯୋଗାଣ ସହାୟକଙ୍କ ଦାବିକୁ ନେଇ ଶ୍ରୀ ମିଶ୍ର ଫୋନ ମାଧ୍ୟମରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସକରାତ୍ମକ ଥିବା ବେଳେ ମୁଖ୍ୟ ଶାସନ ସଚିବ ଏହାକୁ ନେଇ କଣ ପଦକ୍ଷେପ ନିଆଯାଇ ପାରିବ ସେ ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ମିଶ୍ରଙ୍କୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ଯୋଗାଣ ସହାୟକମାନଙ୍କୁ ଜିଲ୍ଲାର ଉପଯୋଗାଣ ଅଧିକାରୀ କାର୍ଯ୍ୟରୁ ବାହାର କରିଦେବା ଭଳିଆ ଧମକ ଦେଉଥିବା ସହ ତାଙ୍କ ସ୍ଥାନରେ ଅଲଗା ଲୋକଙ୍କୁ ନିୟୋଜିତ କରାଯିବ ବୋଲି କହୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ । ଦରକାର ପଡିଲେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଜିଲ୍ଲାର ସମସ୍ତ ଯୋଗାଣ ସହାୟକ ଏହି ଧମକ ବିରୁଦ୍ଧରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆନ୍ଦୋଳନକାରୀମାନେ ଶ୍ରୀ ମିଶ୍ରଙ୍କ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଶ୍ରୀ ମିଶ୍ରଙ୍କ ଆଲୋଚନା କରିଥିବା ଯୋଗାଣ ସହାୟକଙ୍କ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂପାଦକ ତପସ୍ୱିନୀ ପ୍ରଧାନ, ପିତାମ୍ବର ନାଏକ, ରାଜ କୁମାର ପୋଡ, ସରଜୁ ପ୍ରଧାନୀ, ଅଭିଳାଶ ସାହୁ, ଯୁଶୋଶ୍ୱରୀ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ଭୋଇ, ବ୍ରଜ ମହାନନ୍ଦ, ଶୁଶାନ୍ତ ଦାଶ, ବନମାଳି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.