
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଠାରେ ଚାଲିଛି ଯାତ୍ରା ଧଉଳି ଗଣନାଟ୍ୟ । ଗତକାଲି ଯାତ୍ରା ପାର୍ଟି ପକ୍ଷରୁ ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ସମୟରେ କଳାକାର ମାନଙ୍କୁ ଏକ ଅପ୍ରୀତିକର ସ୍ଥିତି ସାମନା କରିବାକୁ ପଡ଼ିଥିଲା । ଧଉଳି ଗଣନାଟ୍ୟ ପକ୍ଷରୁ ସମ୍ପ୍ରତି ଦେଶରେ ଏବେ ଚାଲିଥିବା ‘ଲଭ୍ ଜିହାଦ୍’ କୁ ନେଇ ଅପେରା ପରିବେଷଣ ବେଳେ ନାଟକର କିଛି ଭାଗରେ କଳାକାରଙ୍କ ଅଭିନୟ ଏତେ ନିଖୁଣ ଥିଲା ଯେ, ଲାଗୁଥିଲା ଯେପରି ଏହା ସତରେ ଏହି ଠାରେ ହିଁ ଘଟିଯାଉଛି ହଠାତ୍ କିଛି ଦର୍ଶକ ଉତ୍ତେଜିତ ହୋଇ ପଡ଼ିଥିଲେ । ଉତ୍ତେଜିତ ଦର୍ଶକମାନେ ମଞ୍ଚ ଆଡ଼କୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିଲେ । ମଞ୍ଚ ଉପରେ ଉପସ୍ଥିତ କଳାକାରମାନେ ଆକ୍ରମଣର ଶିକାର ହୋଇଥିଲେ କିନ୍ତୁ ସେମାନେ ମଧ୍ୟ ତାଙ୍କ କଳାକୁ ନେଇ ଭିତରେ ଗର୍ବ କରୁଥିଲେ । କଥା ଏତିକିରେ ଅଟକି ନ ଥିଲା କିଛି ଦର୍ଶକ ସେହି ମଞ୍ଚ ଉପରକୁ ମଧ୍ୟ ଚଢ଼ି ଯାଇଥିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଥିଲା । ତେବେ ଘଟଣାସ୍ଥଳରେ ଅପେରା କମିଟିର ସଦସ୍ୟମାନେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ । କମିଟି ସଦସ୍ୟଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଅପେରା ଚାଲିଥିବା ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ କିଛି ସମୟ ପାଇଁ ଆଲୋଡ଼ନ ସୃଷ୍ଟି ହୋଇଥିଲା । ତେବେ ଜନସାଧାରଣରେ ଚର୍ଚ୍ଚା ଲଭ ଜିହାଦରେ କିପରି ଫସି ହିନ୍ଦୁ ଝିଅ ମାନଙ୍କ ଜୀବନ ବରବାଦ ହେବା ସହ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏଥିରୁ ନାରୀ ସମାଜ ସଚେତନ ହେବା କଥା । ଧଉଳି ଗଣନାଟ୍ୟର କଳାକାର ଲକ୍ଷ୍ମୀଧର ନାଏକ, ରୁଦ୍ର ପ୍ରସାଦ ମିଶ୍ର, ବେବି ମଣ୍ଡଳ ପ୍ରମୁଖ ମଧ୍ୟ ବର୍ତ୍ତମାନ ସମୟରେ ଚାଲୁଥିବା ‘ଲଭ ଜିହାଦ’ ରାକ୍ଷାସ ମାନଙ୍କ କବଳରୁ ନାରୀ ସମାଜକୁ ବଞ୍ଚାଇବା ପାଇଁ ଏହା ଆମ ପକ୍ଷରୁ ନାଟକ ମାଧ୍ୟମରେ ଏକ ଛୋଟ ପ୍ରୟାସ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।