
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଖିଳ ଭାରତ ଶିକ୍ଷା ସଂସ୍ଥାନ, ବିଦ୍ୟା ଭାରତୀଙ୍କ ଯୋଜନାନୁସାରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ କୋଟି କୋଟି ଲୋକଙ୍କ ସ୍ୱର ନମାମି ଭାରତମ୍, ଏକ ସମୟ ଏକ ଲକ୍ଷ୍ୟ ଏକ ସ୍ୱର ପୂର୍ଣ୍ଣ ବନ୍ଦେ ମାତରମ୍ ଗାୟନ ଅଦ୍ୟ ତା ୨୫ .୦୯ .୨୦୨୬ ରିଖ ଶୁକ୍ରବାର ଦିବା ୧୧ଘଟିକା ସମୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଡେଲାଙ୍ଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଟୁକୁନୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ୪୦୦ରୁ ଅଧିକ ଛାତ୍ରଛାତ୍ରୀ ୨୫ ଜଣ ଗୁରୁଜୀ ଗୁରୁମା ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟା, ଅଭିଭାବକ, ଅଭିଭାବିକା, ବାହାନ ଚାଳକ ବନ୍ଧୁ ସମସ୍ତେ ଏକତ୍ରିତ ହୋଇ ବନ୍ଦେ ମାତରମ୍ ଗାନ କରିଥିଲେ । ବିଦ୍ୟାମନ୍ଦିରର ସଂପାଦକ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ୍ଦେ ମାତରମ୍ ସଙ୍ଗୀତର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ । ବଙ୍କିମ ଚନ୍ଦ୍ର ଚଟ୍ଟାପାଧ୍ୟାୟଙ୍କ ଲିଖିତ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସଂଗୀତ କିପରି ଭାରତୀୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଜାଗରଣ କରିଥିଲା । ସେ ସମ୍ପର୍କରେ ଉପସଭାପତି ଜ୍ଞାନ ରଂଜନ ସିଂହ ମତବ୍ୟକ୍ତ କରିଥିଲେ । ବନ୍ଦେ ମାତର୍ୱ୍ ଗାନ କଲେ ଯୁବ ମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା, ଶିଶୁ ମାନଙ୍କ ମନରେ ଦେଶପ୍ରେମ ଓ ଏକତାର ବନ୍ଧନ ଜାଗ୍ରତ ହେବା ସହ ସମଗ୍ର ଭାରତକୁ ଏକ ରାଷ୍ଟ୍ରୀୟ ଭାବରେ ବାନ୍ଧି ରଖିବା ସହ ମନରେ ଏକ ଅଦ୍ଭୁତ ଶିହରଣ ସୃଷ୍ଟି ହୋଇଥାଏ ବୋଲି ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଟୁକୁନୀ ମହାପାତ୍ର ଉଦବୋଧନ ଦେଇଥିଲେ । ଆଚାର୍ଯ୍ୟ ସର୍ବେଶ୍ୱର ବାରିକ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ବେଳେ ଆଚାର୍ଯ୍ୟ ସତ୍ୟ ରଂଜନ ସ୍ୱାଇଁ, ବିଜୟ ଲକ୍ଷ୍ମୀ ନାୟକ, ଚିନ୍ମୟୀ ମହାପାତ୍ର, ମମତା ଗୁରୁମା ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।