jayashree

ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ମୁନ୍ନା ସାହୁ) : ମାନବିକତାର ହାତ ବଢ଼ାଇଲା ସଂକଳ୍ପ ପରିବାର । ବରଗଡ଼ ସହର ୱାର୍ଡ ନମ୍ବର ୭ ପାଉଁରୁଟି ଗଳିରୁ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ସଂକଳ୍ପ ପରିବାର । ସୂଚନା ଅନୁସାରେ, ବୃଦ୍ଧା ଜଣକ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ପଡ଼ାବାସୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ ତାଙ୍କ ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ । ତେବେ ଗତକାଲି ରାତିରେ ଘଟଣା ସମ୍ପର୍କରେ ସଂକଳ୍ପ ପରିବାରକୁ ସୂଚନା ମିଳିଥିଲା । ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ଅନନ୍ତ ଚରଣ ସାହୁ, ମଣ୍ଟୁ ସାହୁ, ଯୋଗେନ୍ଦ୍ର ପାଣ୍ଡେ, ଶଶାଙ୍କ ଭାଇ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ଅସୁସ୍ଥ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ବୃଦ୍ଧା ସୁସ୍ଥ ହେବା ପରେ ତାଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରିବା ପରିବାର ଲୋକଙ୍କ ଦାୟିତ୍ୱ ବୋଲି ସଂକଳ୍ପ ପରିବାର ପକ୍ଷରୁ କୁହାଯାଇଛି । ଯଦି ପରିବାର ଏହି ଦାୟିତ୍ୱ ନନିଏ, ତେବେ ବୃଦ୍ଧାଙ୍କୁ ଏକ ଉପଯୁକ୍ତ ବୃଦ୍ଧାଶ୍ରମରେ ରଖିବାର ବ୍ୟବସ୍ଥା ସଂକଳ୍ପ ପରିବାର ପକ୍ଷରୁ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.