jayashree

ଲଗାଣ ବର୍ଷାରେ ରେଳ ଟ୍ରାକ୍‌ ଉପରେ ମାଟି ଅତଡ଼ା

  • ଲଗାଣ ବର୍ଷା ଯୋଗୁଁ ୨୯ ନଂ ତନେଲରେ ମାଟି ଖସିବାରୁ ଅଟକିଛି ହୀରଖଣ୍ଡ ଏକ୍ସପ୍ରେସ୍‌ ।

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଲଗାଣ ବର୍ଷାରେ ରେଳ ଟ୍ରାକ୍‌ ଉପରେ ମାଟି ଅତଡ଼ା । ବାଧାପ୍ରାପ୍ତ ହୋଇଛି କେ-ଆର୍‌ ଲାଇନ୍‌ରେ ରେଳ ଚଳାଚଳ । କେଉଟଗୁଡ଼ା–ଶିକରପାଇ ରେଳଷ୍ଟେସନ ମଧ୍ୟରେ ଟନେଲ ନମ୍ବର ୨୯ ନିକଟରେ ଟ୍ରାକ୍‌ ଉପରକୁ ମାଟି ଅତଡ଼ା ସହ ପଥର ଖସିବା ପରେ ରେଳ ଚଳାଚଳ ବନ୍ଦ ରହିଛି । ମାଟି ଓ ପଥର ଖସି ରେଳ ଲାଇନ୍‌ ଅବରୋଧ ହେବାରୁ ଶିକରପାଇ ଷ୍ଟେସନରେ ଅଟକି ରହିଛି ଇଣ୍ଟରସିଟି ଟ୍ରେନ୍‌ । ସେହିପରି କେଉଟଗୁଡ଼ା ଷ୍ଟେସନରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍‌ । ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି । ଟ୍ରାକ୍‌ ଉପରେ ପଡ଼ିଥିବା ମାଟି ଓ ପଥର ହଟାଇବା ପାଇଁ ଜୋରସୋରରେ ଚାଲିଛି କାମ । ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ଗତକାଲି ମଧ୍ୟ ଏହି ରେଳ ଲାଇନ୍‌ର ଏକାଧିକ ସ୍ଥାନରେ ମାଟି ଅତଡ଼ା ଖସିଥିଲା । ବର୍ଷା ଲାଗି ରହିଥିବାରୁ ରେଳ ଟ୍ରାକ୍‌, ଟନେଲ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନ ଉପରେ ରେଳ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ।

Leave A Reply

Your email address will not be published.