jayashree

ଦେଓଗାଁ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ମହାନତା : ସ୍ୱର୍ଗତ ଡ଼୍ରାଇଭର ନରେଶ ଭୋଇଙ୍କ ପରିବାରକୁ ଆର୍ଥିକ ସହାୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ଡ୍ରାଇଭର ମହାସଂଘ ଦେଓଗାଁ ବ୍ଲକ୍ ପକ୍ଷରୁ ଏକ ମାନବୀୟ ଉଦାହରଣ ଦେଖିବାକୁ ମିଳିଛି । ଚଳିତ ମାସ ଗତ ୧୪ ତାରିଖରେ ଦେଓଗାଁ ବ୍ଲକ ସିକୁଆଁ ଗ୍ରାମର ଡ୍ରାଇଭର ନରେଶ ଭୋଇଙ୍କର ବିୟୋଗ ଘଟିଥିଲା । ଏହି ଖବର ପାଇବା ପରେ ବୁଧବାର ଦିନ ସ୍ୱର୍ଗତ ଭୋଇଙ୍କ ଶୁଦ୍ଧିକ୍ରିୟାରେ ଓଡ଼ିଶା ଡ୍ରାଇଭର ମହାସଂଘ ଦେଓଗାଁ ବ୍ଲକର ପ୍ରତିନିଧି ଓ ଅନେକ ଡ୍ରାଇଭର ଭାଇ ସ୍ୱର୍ଗତ ନରେଶଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ ସ୍ୱର୍ଗତ ନରେଶଙ୍କ ପରିବାରକୁ ୩୦,୦୦୦ ଟଙ୍କାର ଚେକ୍‌ ଏବଂ କିଛି ନଗଦ ଅର୍ଥ ସହାୟତା ଆକାରରେ ହସ୍ତାନ୍ତର କରାଯାଇଛି । ଏହି ବିପଦ ସମୟରେ ମହାସଂଘ ସଦାସର୍ବଦା ତାଙ୍କ ପରିବାର ସହିତ ଛିଡ଼ା ହେବ ଏବଂ ଆଗାମୀ ଦିନରେ ମଧ୍ୟ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହି ସହାୟତା ପ୍ରଦାନ ସମୟରେ ଜିଲ୍ଲା ସଭାପତି ଇସାହାକ ସାଗର, ବ୍ଲକ ସଭାପତି ଲାଲୁ ସାଗର, ବ୍ଲକ ସମ୍ପାଦକ ଅର୍ଜୁନ ବେହେରା, ସନ୍ତୋଷ ମେର୍ଲି, ରାଧେଶ୍ୟାମ ପ୍ରଧାନଙ୍କ ସହ ଦେଓଗାଁ ବ୍ଲକ ଡ୍ରାଇଭର ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.