
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଦ୍ଧଶିକ୍ଷିତ ଓ ମଧ୍ୟମ ଶିକ୍ଷିତା ଯୁବତୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୋତ୍ସାହନରେ ଝିଅ ମାନଙ୍କୁ ସ୍ଵ-ରୋଜଗାର କରିବା ଏବଂ ସ୍ୱାବଲ୍ବନଶୀଳ କରାଯିବା ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏକ ଆଦର୍ଶ ସ୍କିଲ ସେଣ୍ଟରର ଯାହା ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଡି.ପି.ଆର୍.ସି.ର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଏବଂ ପ୍ରାଯୁକ୍ତିକ ଶିକ୍ଷା ବିକାଶ (ଏସ୍.ଡି.ଟି.ଇ.)ର ଅତିରିକ୍ତ ଶାସନ ସଚିବ ଫାଲଗୁନି ସହାୟ ନାୟକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଏକ ଆଦର୍ଶ ସ୍କିଲ ସେଣ୍ଟର୍ ଉଦଘାଟନ କରି ଉତ୍ସର୍ଗୀକୃତ କରିଛନ୍ତି । ଅର୍ଦ୍ଧଶିକ୍ଷିତ ଓ ମଧ୍ୟମ ଶିକ୍ଷିତା ଝିଅମାନେ ଏଠାରେ ଜ୍ଞାନ କୌଶଳରେ ବିକାଶ ଲାଭ କରି ଆନ୍ତଃ-ରାଜ୍ୟସ୍ତରରେ ବିଭିନ୍ନ କମ୍ପାନୀ ଓ ପ୍ରତିଷ୍ଠାନରେ ନିୟୋଜନ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି । ନିଜେ ନିଜେ ଜଣେ ଆତ୍ମ-ନିର୍ଭରଶୀଳ ହୋଇ ସମାଜରେ ପ୍ରତିଷ୍ଠିତ ହୋଇ ଆସିଛନ୍ତି । ଯୁବତୀମାନଙ୍କୁ ଦକ୍ଷତା ବିକାଶ କରିବାରେ ଗଞ୍ଜାମ ସ୍କିଲ ସେଣ୍ଟର୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସ୍କିଲ ଅତିରିକ୍ତ ଶାସନ ସଚିବ ଶ୍ରୀ ନାୟକ କହିଛନ୍ତି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ, ଭୁବନେଶ୍ୱରର ବ୍ଲାକ ପେନ୍ଥର୍ ସ୍କିଲ୍ ଟ୍ରେନର୍ ସତ୍ୟବ୍ରତ ସାହୁ ଜିଲ୍ଲା ଦକ୍ଷତା ବିକାଶ ଶିକ୍ଷା ଅଧିକାରୀ (ଡିଏସଡିଇଓ) ଶ୍ରୀମତୀ ଅର୍ପିତା ପ୍ରିୟଦର୍ଶିନୀ, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଏଜେନ୍ସିର କନିଷ୍ଠ ସ୍କିଲ୍ ନିଯୁକ୍ତି ଅଧିକାରୀ ଭୁବନେଶ୍ୱର ମହାପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ସ୍କିଲ୍ ଟ୍ରେନିଙ୍ଗ ନେଉଥିବା ଯୁବତୀମାନଙ୍କୁ ଦକ୍ଷତା, ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରି ଉତ୍ସାହିତ କରିଥିଲେ । ସେଣ୍ଟର୍ ସଂଚାଳିକା ଇତିଶ୍ରୀ ଦାଶ ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।