jayashree

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ; ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪,୬୨,୩୮୪ ମତଦାତା

  • ଅସନ୍ତୁଷ୍ଟ ଥିଲେ ୧୫ ଦିନ ଭିତରେ ଅପିଲ କରିପାରିବେ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଏସ୍‌ଆଇଆର୍‌-୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନ ପ୍ରଧାନ, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ କ୍ଲିଣ୍ଟନ ସାହୁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯମୁନା ପ୍ରଧାନ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ୬୪- ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ୩୦୭ ଗୋଟି ବୁଥ୍‌ରେ ମହିଳା ୧,୧୦,୧୦୮ ଜଣ, ପୁରୁଷ ୧,୦୧,୦୬୯ ଜଣ ଓ ତୃତୀୟ ଲିଙ୍ଗୀ ୩ ଜଣ ମୋଟ ଭୋଟର ୨,୧୧,୧୮୦ ଜଣ ଅଛନ୍ତି । ୬୫-ସୋନପୁର ନିର୍ବାଚନ ମଣ୍ଡଳୀର ୩୫୫ ଗୋଟି ବୁଥ୍‌ରେ ମହିଳା ୧,୨୯,୬୯୩ ଜଣ, ପୁରୁଷ ୧,୨୧,୫୦୯ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ମୋଟ ଭୋଟର ୨,୫୦,୨୦୪ ଜଣ ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୬୬୨ ଗୋଟି ବୁଥ୍‌ରେ ମହିଳା ୨,୩୯,୮୦୧ ଜଣ, ପୁରୁଷ ୨,୨୨,୫୭୮ ଜଣ ଓ ତୃତୀୟ ଲିଙ୍ଗୀ ୫ ଜଣ ମୋଟ ଭୋଟର ୪,୬୨,୩୮୪ ଜଣ ଥିବା ଜଣାପଡ଼ିଛି । ଏହି ପୁନଃ ନିରୀକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇଛି । ଏହି ପ୍ରକ୍ରିୟାରେ ପ୍ରାପ୍ତ ଦାବି ଓ ଆପତ୍ତିଗୁଡ଼ିକୁ ନିୟମାନୁସାରେ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଅପିଲ୍ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଆଦେଶରେ କୌଣସି ବ୍ୟକ୍ତି ଅସନ୍ତୁଷ୍ଟ ହେଲେ Representation of the People Act, ୧୯୫୦ର ଧାରା ୨୪ ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ, ୩୦ ଦିନ ମଧ୍ୟରେ Chief Electoral Officerଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିପାରିବେ । ଅପିଲ୍ ଦାଖଲ ହେବା ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ସ୍ଥଗିତ ହେବ ନାହିଁ । ଏହି ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ପ୍ରତିନିଧି, ବିଏଲ୍‌ଓ, ସୁପରଭାଇଜର, ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଜନସାଧାରଣଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛୁ ।

Leave A Reply

Your email address will not be published.