jayashree

ଏଲ୍‌ଆଇସି ଅଭିକର୍ତ୍ତାଙ୍କ ନିମନ୍ତେ ନୂତନ ପଲିସି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଛତ୍ରପୁର ଶାଖା ଅନ୍ତର୍ଗତ ଲାଇଫ୍‌ ପ୍ଲସ୍‌ ଅଫିସ୍‌ଠାରେ ଉନ୍ନୟନ ଅଧିକାରୀ ପ୍ରଭାକର ନାହାକଙ୍କ ତତ୍ତ୍ୱାବଧାନରେ ଅଭିକର୍ତ୍ତାମାନଙ୍କ ପାଇଁ ଏକ ଏକଦିବସୀୟ ନୂତନ ପଲିସି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଲ୍‌ଆଇସିର ନୂତନ ପଲିସି ‘ବୀମା ପ୍ଲାଟିନମ୍‌’ ଏବଂ ‘ଜୀବନ ରକ୍ଷା’ ସମ୍ପର୍କରେ ଅଭିକର୍ତ୍ତାମାନଙ୍କୁ ସବିଶେଷ ତଥ୍ୟ ଓ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହା ସହିତ ଗ୍ରାହକମାନଙ୍କୁ କିପରି ଅଧିକ ଉତ୍ତମ, ସରଳ ଓ ଦ୍ରୁତ ସେବା ଯୋଗାଇ ଦିଆଯାଇପାରିବ, ସେନେଇ ବିଶେଷ ତାଲିମ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଛତ୍ରପୁର ଶାଖାର ମୁଖ୍ୟପ୍ରବନ୍ଧକ ଏନ୍‌. ଜିତେନ୍ଦ୍ର ମୁଖ୍ୟଅତିଥି ଭାବେ ଏବଂ ସହ-ଶାଖା ପ୍ରବନ୍ଧକ ନିରୋଦ କୁମାର ସାମଲ ବକ୍ତା ଭାବେ ଯୋଗଦେଇ ଅଭିକର୍ତ୍ତାମାନଙ୍କୁ ନୂତନ ପଲିସିର ଗୁରୁତ୍ୱ ଓ ଗ୍ରାହକ ସେବାର ଶୈଳୀ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଉନ୍ନୟନ ଅଧିକାରୀ ଶ୍ରୀ ନାହାକ ସମସ୍ତ ଅତିଥି, ଶାଖା ପ୍ରବନ୍ଧକ ଓ ଉପସ୍ଥିତ ଅଭିକର୍ତ୍ତା ବୃନ୍ଦଙ୍କୁ ସେମାନଙ୍କର ସକ୍ରୀୟ ଅଂଶଗ୍ରହଣ କରି ସହଯୋଗ କରିଥିବା ନେଇ ସଭିଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ସମସ୍ତ ଅଭିକର୍ତ୍ତା ଏହି ନୂତନ ଯୋଜନାଗୁଡ଼ିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ସହ ଉତ୍କୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବାକୁ ସଂକଳ୍ପ ନେଇ ଶିବିର ଉଦ୍‌ଯାପିତ ହୋଇଥିଲା ।

Leave A Reply

Your email address will not be published.