jayashree

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନାବରଣ ଉତ୍ସବ

  • ଅର୍ଚ୍ଚନା ପାତ୍ରଙ୍କ ଗଳ୍ପ ସଙ୍କଳନ ଆଉ ଏକ ରଙ୍ଗ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ସଦସ୍ୟା ଅର୍ଚ୍ଚନା ପାତ୍ରଙ୍କ ଲିଖିତ ୨୦୨୫ ବର୍ଷର ଟାଇମ ପାସ ପ୍ରଥମା ପୁରସ୍କାର ପ୍ରାପ୍ତ ଗଳ୍ପ ସଙ୍କଳନ ‘ଆଉ ଏକ ରଙ୍ଗ’, ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ୟରେ ଲୋକାର୍ପିତ ହୋଇଯାଇଛି । କବି ସୁସ୍ମିତା ମହାପାତ୍ରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ରାଜୀବ ପାଣି, ପୁସ୍ତକ ସମୀକ୍ଷକ ଭାବରେ କବି ବିଜୟିନୀ ଜେନା ଓ ଗାଳ୍ପିକ ସଞ୍ଜିବ କୁମାର ଭୋଇ ଯୋଗଦାନ କରିଥିଲେ । ପୁସ୍ତକ ଲୋକାର୍ପିତ କରିବା ଅବସରରେ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଓ ସମ୍ମାନିତ ଅତିଥି ଶ୍ରୀ ପାଣି ସଫଳ ଗଳ୍ପ ଗୁଡ଼ିକ ସମାଜକୁ ସୁଧାରିବାରେ ଏବଂ ଦିଗଦର୍ଶନ ଦେବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ତଥା ଶବ୍ଦକୁ ସଂଯମତା ସହ ବ୍ୟବହାର କଲେ ଭଲ ସାହିତ୍ୟ ସୃଷ୍ଟି ହୁଏ ବୋଲି ବିଭିନ୍ନ ଉଦାହରଣ ପୂର୍ବକ ମତ ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ସମେତ ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ, ଲେଖିକା ସୁନୀତା ସାହୁ, ପଙ୍କଜ କୁମାର ପାତ୍ର, ଦିବ୍ୟ ଦର୍ଶିକା ପାତ୍ର ପ୍ରମୁଖ ପୁସ୍ତକ ଅନାବରଣ ବେଳେ ମଞ୍ଚରେ ଉପସ୍ଥିତ ଥିଲେ । ଗାଳ୍ପିକା ଶ୍ରୀମତୀ ପାତ୍ର ତାଙ୍କର ସାହିତ୍ୟିକା ଜୀବନର କ୍ରମ ବିକାଶ ବାବଦରେ ବର୍ଣ୍ଣନା ପୂର୍ବକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଗାଳ୍ପିକ ଗୌତମ ଦାସ ଲୋକାର୍ପିତ ପୁସ୍ତକରୁ ଏକ ନିର୍ବାଚିତ ଗଳ୍ପ ପାଠ କରିଥିଲେ । ଦୁଇ ସମୀକ୍ଷକ ପୁସ୍ତକର ଗଳ୍ପ ଗୁଡ଼ିକ ଆମ ସମାଜରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡ଼ିକ ଉପରେ ପର୍ଯ୍ୟବେସିତ ହୋଇଛି ଏବଂ ସମାଜକୁ ସୁଧାରିବାରେ ଏଗୁଡ଼ିକର ପ୍ରମୁଖ ଭୂମିକା ରହିଛି ବୋଲି ମତ ପ୍ରକାଶ କରି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପେନ୍ଦ୍ର ବସ୍ତିଆ, ପ୍ରକାଶ ଚନ୍ଦ୍ର ସେଠୀ, ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । କବି ଗୀତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅଭୟ କୁମାର ଦାସ, ଡାକ୍ତର କୃପାସିନ୍ଧୁ ନାୟକ, ଲକ୍ଷ୍ମଣ ନାଥ ଦାସ, ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ରଶ୍ମିବାଳା ରାଉତରାୟ, କୁଞ୍ଜବିହାରୀ ରାଉତ, ଡ଼. ନଗେନ୍ ଦାସ, ମଞ୍ଜୁଳା କୁମାରୀ ରଥ, ବିଜୟ ରାୟ, ଶର୍ମିଷ୍ଠା କବି ଶତପଥୀ, ହରମୋହନ ମିଶ୍ର, ତ୍ରିଲୋଚନ ମଥାନ, ତାରିଣୀ ଚରଣ ସାହୁ, ରଶ୍ମି ସାହୁ, ତ୍ରିନାଥ ସିଂ, ଜୟଶ୍ରୀ ଦାସ, ବନଲତା ମିଶ୍ର, ସବିତା ବସ୍ତିଆ, ବ୍ରଜ ବିହାରୀ ଦାଶ, ପ୍ରବୀର କୁମାର ଦୁବେ, ରମେଶ ସିଂହ, ଅଶୋକ କୁମାର ପଟ୍ଟନାୟକ, ଜ୍ଞାନେନ୍ଦ୍ର ସାହୁ, ବିନତା ମହନ୍ତ, ବଳରାମ ରାଉଳ, ସୁକାନ୍ତ ଖୁଣ୍ଟିଆ, ଜଗନ୍ନାଥ ରାଉତ, ଅକ୍ଷୟ ସାମଲ, ରାଧା ମୋହନ ନାୟକ, ଅରବିନ୍ଦ ପାତ୍ର, ନିରୁପମା ପତି, ସସ୍ମିତା ପ୍ରଧାନ, ରମେଶ ଚନ୍ଦ୍ର ପାତ୍ର, ହୃଦାନନ୍ଦ ପଟେଲ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.