jayashree

ବଲାଙ୍ଗିର କୁଲୁତା ସମାଜର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କାମାକ୍ଷିନଗର ସ୍ଥିତ “ରାମଚଣ୍ଡି ସେବା ସଦନ” ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ସୁରଥ ପ୍ରଧାନଙ୍କ ଦ୍ୱାରା ଇଷ୍ଟଦେବୀ ମା’ ରାମଚଣ୍ଡିଙ୍କର ପୂଜା କାର୍ଯ୍ୟ ସମ୍ପାଦନ ପରେ ୬୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ କନିଷ୍ଠମାନେ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରିଥିଲେ । ଏହି ଉପଲକ୍ଷେ ସମାଜର ସଭାପତି ଶଙ୍କର୍ଷଣ ପଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତି ତଥା ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ, ବଲାଙ୍ଗିର ଜିଲ୍ଲା ସଭାପତି ବେଲାର ସିଂ ଭୋଇ, ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ ଓ ସମାଜର ସଂପାଦକ ଶାନ୍ତନୁ କୁମାର ଭୋଇ ମଂଚାସୀନ ଥିଲେ । ଏହି ଉପଲକ୍ଷେ ସମାଜ ତରଫରୁ ରାଜେନ୍ଦ୍ର ପ୍ରସାଦ ସାହୁ, ଭାସ୍କର ସାହୁ, ଦେବକୀ ସାହୁ, ସରୋଜ କୁମାର ପଧାନ, ଶ୍ରୀମନ୍ତ ଗଡତ୍ୟା, ରାମଚନ୍ଦ୍ର ଭୋଇ । ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୮୦% ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ, ନିଟ-୨୦୨୬ ରେ କୃତକାର୍ଯ୍ୟ ହୋଇଥିବା ସମାଜର ଭାଇ ଭଉଣୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ମଧୁ ସାହୁ ସହ ସଂପାଦକ ପରିଚାଳନା କରିଥିଲେ । ଅବନୀ ପଧାନ, ସରୋଜ ଭୋଇ, ସୁଦର୍ଶନ ସାହୁଙ୍କ ତତ୍ୱାବଧାନରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦେଶୀ ପଧାନ, ଶ୍ରୀନିବାସ ସାହୁ, ସୁନିଲ ମାଝି, ସଂଗୀତା ମାଝି, ଲକ୍ଷ୍ମଣ ବିଶ୍ୱାଳ, ରୋହିମ ସାହୁ, କୁନ୍ତଲା ଗଡତ୍ୟା, ବୁଡୁ ପଧାନ, ଶିରୋମଣୀ ସାହୁ ତଥା ସମାଜର ପ୍ରାୟ ୨ହଜାରରୁ ଅଧିକ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Leave A Reply

Your email address will not be published.