ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତିଙ୍କ ପତ୍ନୀ ତଥା ସଇଁନ୍ତଲା ପୂର୍ବତନ ସରପଂଚ ଶାନ୍ତିଲତା ସିଂ ଭୋଇଙ୍କ ୬୭ ବର୍ଷରେ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତିଙ୍କ ପତ୍ନୀ ତଥା ସଇଁ‌ନ୍ତଲା ପୂର୍ବତନ ସରପଞ୍ଚ ଶାନ୍ତିଲତା ସିଂ ଭୋଇଙ୍କ ୬୭ ବର୍ଷରେ ପରଲୋକ ଘଟିଛି । ତେବେ ସଇଁ‌ନ୍ତଲା ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଏହି ଧର୍ମ ପରାୟଣ ମହିଳା । ମୃତ୍ୟୁଶଯ୍ୟା ନିକଟରେ ‌ସ୍ୱାମୀ ବ୍ରଜ କିଶୋର ସିଂ ଭୋଇ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୁଅ ପପୁ ସିଂ ଭୋଇ, ବିଶିଷ୍ଟ ଆଇନଜୀବୀ ଜପେଶ୍ୱର୍ ଜାନୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ସାଇ ରାମ ପଡା ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମାପନ କରା ଯାଇଥିବା ବେଳେ ବଡ ପୁଅ ପପୁ ମୁଖାଗ୍ନି ଦେଇଥିଲେ । ସ୍ଥାନୀୟ ଐତିହାସିକ ଚଣ୍ଡୀ ମନ୍ଦିର ପାଇଁ ଏହି ପରିବାରର ବିଶେଷ ଅବଦାନ ରହିଛି । ଶାନ୍ତି ଲତା ଦେବୀ ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ମହିଳା ଭାବେ ପରିଚିତ ଥିଲେ । ସ୍ଥାନୀୟ ସରପଞ୍ଚ ଭୀମ ସେନ ସ୍ୱାଇଁ, ସମାଜସେବୀ ମଦନ ଲାଲ ଅଗ୍ରୱାଲ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ବେଳେ ଉପସ୍ଥିତ ଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ୍ ସଭାପତି ପଦ୍ମନ୍ ପଧାନୀ, ସୁନିଲ ମାଝି, ଜିଲ୍ଲା ସମ୍ପାଦକ ହେମେନ୍ଦ୍ରନଥ ହାଁସଦା, ଦେବ ସିଂ ମାଝି, ନିତ୍ୟାନନ୍ଦ ମାଝି, ରାଜୀବ କୁମାର, ବାନଲତ ମାଝି, ଦଶରଥ ଛତ୍ରିଆ, ଶ୍ୟାମସୁନ୍ଦର ଭୋଇ, ମୁରିବାହାଳର କାର୍ୟକାରୀ ସଭାପତି ରାଜୀବ କୁଆଁର, କୈଳାଶ ପଧାନୀ, ସଇଁ‌ନ୍ତଲା ବ୍ଲକ୍ ହୀରା ମହାଲିଙ୍ଗ, ସଭାପତି ସନ୍ତୋଷ ପୁଟା, ପଶ୍ଚିମ ଓଡ଼ିଶା ମହାସଚିବ ନିରଞ୍ଜନ ବିଶି ଓ ବିଶିକେଶନ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.