jayashree

ବୀରମିତ୍ରପୁର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଆଜି ଝୁନମୁର ଠାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ରକ୍ତଦାନ ଶିବିର, ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରସାଦ ସେବନ ଆୟୋଜିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ସୁନ୍ଦରଗଡ ଶୁଭଙ୍କର ମହାପାତ୍ର, ଡିଆଇଜି ୱେଷ୍ଟର୍ନ ରେଞ୍ଜ ବ୍ରିଜେଶ ରାୟ, ଡିଏଫଓ ରାଉରକେଲା ରବି ମୀନା, ଉପ-ଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଅତିରିକ୍ତ ଏସପି ସୁନ୍ଦରଗଡ଼ ନୂତନ ସାମଦ, ତହସିଲଦାର ବୀରମିତ୍ରପୁର ଗୌରୀ ନାୟିକ, ତହସିଲଦାର କୁଆଁରମୁଣ୍ଡା, ଅତାରିକ ତହସିଲଦାର ବୀରମିତ୍ରପୁର ଚନ୍ଦନା ମହାପାତ୍ର, ବିଡିଓ ନୂଆଗାଁ ଜ୍ୟୋତି ବିକାଶ ଦାସ, ସବରେଜିଷ୍ଟ୍ରାର ବୀରମିତ୍ରପୁର ପଦ୍ମିନୀ ନାୟିକ, ବୀରମିତ୍ରପୁର ଏସ୍‌ଡିପିଓ ପୁଷ୍ପେନ୍ଦୁ ସାଗର, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସୋର ବିଧାୟକ ମାଧବ ଧଡ଼ା, ସିମଦିଏଗା ବିଧାୟକ ଭୂଷଣ ବଡ଼ା, କଲେବିରା ବିଧାୟକ ନମନ ବିକ୍ସଲ କୋଙ୍ଗାରି, ଯୁବ ଆଦିବାସୀ ନେତା ପ୍ରଦୀପ ମାଝି, ପୂର୍ବତନ ବିଧାୟକ ନିହାର ସୁରିନ, ହାଲୁ ମୁଣ୍ଡାରୀ, ବୀରମିତ୍ରପୁର ମୁୃନିସିପାଲିଟିର ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ଉପାଧ୍ୟକ୍ଷା ନିବେଦିତା ବାଗେ, କୁଆଁରମୁଣ୍ଡା ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର, ନୂଆଗାଁ ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟୋପ୍ନ, ବିଭିନ୍ନ ଦଳର ନେତୃବୃନ୍ଦ ଶ୍ରମିକ ନେତୃବୃନ୍ଦ ଏବଂ ସାମାଜିକ ସଂଗଠନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ୍ ତିର୍କୀ ଏବଂ ତିର୍କୀ ପରିବାର ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ବିଧାୟକ ବୀରମିତ୍ରପୁର ।

Leave A Reply

Your email address will not be published.