
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୭୦ତମ ସ୍କୁଲ ଗେମ ଉଷୁ ପ୍ରତିଯୋଗିତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରର ବଡବିଲ ଠାରେ ଅନୁଷ୍ଠିତ ହେବ । ପ୍ରତିଯୋଗିତା ପାଇଁ ବଲାଙ୍ଗିର ଉଷୁ ଦଳ କେନ୍ଦୁଝର ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦଳରେ ୬ଜଣ ବାଳିକା ଓ ୮ଜଣ ବାଳକ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରିବେ । ମ୍ୟାନେଜର ଭାବେ ମୁକେଶ କୁମାର ସ୍ୱାଇଁ, ରୋଜି ମଲ୍ଲିକ ଓ ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ଖେଳାଳିଙ୍କ ସହିତ ଯାତ୍ରା କରିଛନ୍ତି ।