ଡ୍ରେନ୍‌ ପାଣି ପଶୁଛି ଘର ଭିତରକୁ : ଦାନା ବାନ୍ଧୁଛି ଜନ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁନ୍ୟୁସିପାଲିଟି ୱାର୍ଡ ନଂ.୧୦ର ଡ୍ରେନ୍‌ ଗୁଡିକର ଅବସ୍ଥା କହିଲେ ନସରେ । ଦୀର୍ଘ ଦିନରୁ ଡ୍ରେନ୍‌ ସଫା ହୋଇ ନଥିବା ଯୋଗୁଁ ଆବର୍ଜନା ଭରପୂର ରହିଛି ଏବଂ ଡ୍ରେନ ପାଣି ନିଷ୍କାସନ ହୋଇପାରୁ ନାହିଁ ।

ଯାହା ଫଳରେ ଡ୍ରେନ୍‌ ପାଣି ସବୁ ରାସ୍ତାରେ ବୋହି ଯାଇ ଘର ଭିତରକୁ ପଶୁଛି । ୱାର୍ଡବାସୀ ବଲାଙ୍ଗିର ମନ୍ୟୁସିପାଲିଟିକୁ ଯେତେ ଗୁହାରି କଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ଏଣୁ ଜନ ଅସନ୍ତୋଷ ଏକ ଆନ୍ଦୋଳନର ରୂପରେଖ ନେବାକୁ ବସିଲାଣି । ଆଗାମୀ ଦିନରେ ଘନଘୋର ଆନ୍ଦୋଳନ ହେବ ବୋଲି ୱାର୍ଡ ନଂ ୧୦ରେ ରହୁଥିବା ବାସିନ୍ଦାମାନେ କହିଛନ୍ତି ।

Leave A Reply

Your email address will not be published.