pr

ଡେଲାଙ୍ଗ ବ୍ଲକ ପରିସରରେ ବିଶ୍ୱକର୍ମାପୂଜା ପାଳିତ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ସ୍ୱାବଲମ୍ବୀ କାରିଗର ସଙ୍ଘ ପକ୍ଷରୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ସାହ ଉଦ୍ଦିପନା ସହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଦେବରାଜ ମହାରଣା କର୍ତ୍ତା ସଂକଳ୍ପ କରିଥିବା ବେଳେ ସମ୍ପାଦକ ଅଶୋକ ପ୍ରଧାନ ପୂଜା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଡ଼ିଓ ସମୀର ବେହେରା, ଅତିରିକ୍ତ ବିଡ଼ିଓ ନୀଳଶୈଳ ଶିଳ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଏଲିଜା ମଲ୍ଲିକ, ଇଂ ରଞ୍ଜନ କୁମାର ମିଶ୍ର, ଇଂ ପୁଷ୍ପଲତା ପରିଡା, ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବ୍ଲକ ମହିଳା ମହାସଂଘ ଉପଦେଷ୍ଟା ବାସନ୍ତୀ ସାହୁ ପ୍ରମୁଖ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନାରେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.