pr

ଆତ୍ମନିର୍ଭରଶୀଳ ଭାରତ ଗଠନରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ତ୍ଵପୂର୍ଣ୍ଣ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସଭା ଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଏକ ସ୍ୱେଚ୍ଛାସେବୀ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁଥ୍ ଫର୍ ସେବାର ରାଜ୍ୟ ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣ”ର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଉପସ୍ଥିତ ରହି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହା ଏକ ପରିଚୟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯେଉଁଥିରେ ସ୍ୱେଚ୍ଛାସେବୀମାନଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଦାୟିତ୍ୱ, ନିୟମାବଳୀ, ଦଳୀୟ କାର୍ଯ୍ୟ ଏବଂ ଲୋକଙ୍କ ସହ ଯୋଗାଯୋଗ ବିଷୟ ଏବଂ ନିଜେ ନିଜକୁ ଆତ୍ମନିର୍ଭରଶୀଳ ସ୍ୱେଚ୍ଛାସେବୀ ଭାବରେ ଗଢ଼ି ତୋଳିବା ନିମନ୍ତେ ଅତିଥିମାନେ ଏନ୍.ସି.ସି ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସରଳ ଭାବରେ କହିବାକୁ ଗଲେ ଏ ହେଉଛି ସ୍ୱେଚ୍ଛାସେବୀମାନଙ୍କ ପରିଚୟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହା ସହିତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଯକ୍ଷ୍ମା ବିଭାଗର ଟିବି ଚାମ୍ପିୟନ୍ ମୁନା ବେହେରା ଯକ୍ଷ୍ମା ତଥା ଟି.ବିର କାରଣ, ଲକ୍ଷଣ, ଚିକିତ୍ସା ଏବଂ ସରକାରୀ ସହାୟତା ଉପରେ ଆଲୋକପାତ କରିଥିଲେ ।

nrusinghnath
Leave A Reply

Your email address will not be published.