pr

କାନାଡ଼ା ବ୍ୟାଙ୍କରୁ ଚୋରି ଘଟଣାରେ ୪ ଗିରଫ ଓ କୋର୍ଟ ଚାଲାଣ

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଆଦର୍ଶ ଥାନା ଅଧିନସ୍ଥ ଗିଗିନାରେ ଥିବା କାନାଡ଼ା ବ୍ୟାଙ୍କ ସ୍କାଇଲାଇଟ ଭାଙ୍ଗି ୨ଟି ଟାବଲେଟ ଚୋରି କରି ନେବା ଘଟଣାର ୪୮ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରି କରିଥିବା ଦୁର୍ବୃତ୍ତମାନେ ହେଲେ କେସିଙ୍ଗା ଥାନା ସିନାଙ୍ଗ ଗାଁର ରାଜକୁମାର ମାଝୀ, ବାଳକୃଷ୍ଣ ମାଝୀ, ତ୍ରିଲୋଚନ ମାଝୀ ଓ ଦିତି କୁମାର ନାଗ । ଏମାନଙ୍କ ଠାରୁ ଦୁଇଟି ଟାବଲେଟ, ସିସିଟିଭି ଡ୍ରାଇଭ ଓ ଗୋଟିଏ ଭଙ୍ଗା ସର୍ଭର ଜବତ ହୋଇଛି । ଏମାନେ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ହେଉଥିବା ଖବର ପାଇ ଏହି ବ୍ୟାଙ୍କ ଲୁଟ୍‌ର ପ୍ଲାନ କରିଥିବା କେସିଙ୍ଗା ଏସ୍‌ଡି୍‌ପିଓ ସନ୍ଦୀପ ମାଝୀ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.