pr

ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ

dr. purohit
  • ଦେଶର ମଙ୍ଗଳ ଓ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଶୁକ୍ରବାର ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୀଠ ପରିସରରେ ଶତାଧିକ ଦୀପ ପ୍ରଜ୍ଜ୍ୱଳିତ ହେବା ସହ ସମଗ୍ର ପରିବେଶ ଆଲୋକମୟ ହୋଇଉଠିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସମୂହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରିବା ସହ ଦେଶର ଶାନ୍ତି, ସମୃଦ୍ଧି, ଉନ୍ନତି ଓ ସାମାଜିକ ସଦ୍‌ଭାବ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ନୃସିଂହନାଥ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସମେତ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ରାଜକିଶୋର ସାହୁ, ସୁରେନ୍ଦ୍ର ପ୍ରତାପ ସିଂ ବରିହା, କୈଳାଶ ଦିଶ୍ରୀ, ସୁଦାମ ଚରଣ ସେଠ, ପୁରନ୍ଦର ସାହୁ, ବଳରାମ ସାହୁ, ଅକ୍ଷୟ ସାହୁ, ପିତବାସ ସାହୁ, ସଞ୍ଜୟ ବେହେରା, ଆଜମ୍ ଖାନ୍, ମହେନ୍ଦ୍ର ନାଏକ, ବୈକୁଣ୍ଠ ସାହୁ, ଦିବ୍ୟ ହଂସ ଓ ସରୋଜ ମିର୍ଜାଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.