pr

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ରମେଶ ଚନ୍ଦ୍ର ମହାନନ୍ଦ ‘ଭାରତ ରତ୍ନ ସେବା ସମ୍ମାନ’ରେ ସମ୍ମାନିତ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିୟର କଲେଜ)ର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ‘ଭାରତ ରତ୍ନ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀ ମହାନନ୍ଦ ଏଥିପାଇଁ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ଅଧିସ୍ୱୀକୃତି ପ୍ରାପ୍ତ ‘ହେଲ୍ପିଂ ହ୍ୟୁମେନ୍ସ’ ଓ ‘ଦର୍ପନ୍’ ତାଙ୍କୁ ଚୟନ କରି ଜାତୀୟସ୍ତରର ଏକ ସମ୍ମାନ ପ୍ରଦାନ କରିଥିବାରୁ ଉଭୟ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ନିସ୍ୱାର୍ଥପର ସେବା ମନୋଭାବ, ନେତୃତ୍ୱ, ଶିକ୍ଷା ପ୍ରତି ସମର୍ପିତ, ସାମାଜିକ ସେବା, ଆଇନ ସଚେତନତା, ସାହିତ୍ୟ ଓ କଳା ପ୍ରତି ସମର୍ପିତ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ସମ୍ମାନକୁ ସେ ନିଜ ସ୍ୱର୍ଗୀୟ ପିତା ଓ ଜୀବିତ ମାତାଙ୍କୁ ଉତ୍ସର୍ଗ କରିଥିବା ବେଳେ ଏଥିପାଇଁ ଉତ୍ସାହିତ କରିଥିବା ନିଜ ଧର୍ମପତ୍ନୀ ଓ ସହଯୋଗ କରିଥିବା ପୁଅ, ଝିଅଙ୍କୁ ବିଶେଷ ଧନ୍ୟବାଦ ଦେଇଛନ୍ତି । ଏହି ସଫଳତା ପାଇଁ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି ।

nrusinghnath
Leave A Reply

Your email address will not be published.