pr

ୟୁଏଇ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

dr. purohit
  • ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ୟୁଏଇ ରାଷ୍ଟ୍ରପତି
  • ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରିତାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କଲେ ଦୁଇ ନେତା
  • ଭାରତର ସଫଳ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ୟୁଏଇ ରାଷ୍ଟ୍ରପତି
  • ପଶ୍ଚିମ ଏସିଆରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରୋତ୍ସାହନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ନେତା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଟେଲିଫୋନ୍ କଲ୍ କରିଥିଲେ।
ୟୁଏଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।
ଉଭୟ ନେତା ଶକ୍ତି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ସମେତ ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।
ୟୁଏଇ ରାଷ୍ଟ୍ରପତି ଭାରତର ସଫଳ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବ୍ରିକ୍ସ ଶିଖର ସମ୍ମିଳନୀରେ ୟୁଏଇର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦଙ୍କ ଅଂଶଗ୍ରହଣ ସହ ଭାରତର ଅଧ୍ୟକ୍ଷତାରେ ସାରଗର୍ଭିତ ଫଳାଫଳ ହାସଲ କରିବାରେ ୟୁଏଇର ସହଯୋଗ ଓ ଭାଗିଦାରିତା ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ।
ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତାମତ ଆଦାନପ୍ରଦାନ କରିଥିଲେ । ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ନିରନ୍ତର ସହଯୋଗ ଓ ସମନ୍ୱୟ ବଜାୟ ରଖିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

nrusinghnath
Leave A Reply

Your email address will not be published.