pr

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ “ଆଏଜ ବି ଟାକିଛେଁ” ଉନ୍ମୋଚିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଡି.ଏଫ୍‌.ଓ ଅଫିସ କନଫରେନ୍ସ ହଲରେ ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ “ଆଏଜ ବି ଟାକିଛେଁ” ତହଁକ୍ ପ୍ରକାଶନୀ ତରଫରୁ ଉନ୍ମୋଚିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ପରମାଣୁ ଉର୍ଜା ବିଭାଗ ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପ୍ରଧାନ, ବନଖଣ୍ଡ ଅଧିକାରୀ ଅଜିତ ବିଶି, ବରିଷ୍ଠ କବି ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା ଲେଖକ ପରିଷଦ ସଂପାଦକ ସୁଶାନ୍ତ ବାଗ, ଓସାକା ହାଇଦ୍ରାବାଦର ସଭାପତି ସୁନିଲ କୁମାର ଗଡତ୍ୟା ଯୋଗଦେଇ ଅର୍ଜୁନ କୁମାର ସାହୁଙ୍କ ସାହିତ୍ୟ ସର୍ଜନା ଆମ ଭାଷା ପାଇଁ ଏକ ଶ୍ରେଷ୍ଠ ଅବଦାନ ତଥା କୋସଲି ଭାଷାକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ଆଗାମୀ ଦିନରେ ଭାଷାର ସରକାରୀ ସ୍ୱୀକୃତି ପାଇଁ ଆମ ସମସ୍ତଙ୍କୁ ଚେଷ୍ଟିତ ହେବାକୁ ପଡିବ ବୋଲି କହିଥିଲେ । ଏହି ସଂକଳନରେ ଷୋହଳଟି କଥାନୀ ରହିଛି ଓ ସମସ୍ତ କଥାନୀ ଆମ ଅଂଚଳର ସମସ୍ୟା, ପରମ୍ପରା, ଐତିହ୍ୟର ଛାପ ରହିଛି । ଏହା ପାଠକଙ୍କୁ ଆକୃଷ୍ଟ କରିବ ବଲି ଲେଖକ ଆଶା ରଖିଛନ୍ତି । କାର୍ଯ୍ୟକ୍ରମକୁ ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ସଂଯୋଜନା କରିଥିବା ବେଳେ ପ୍ରସନ୍ନ ଗଡତ୍ୟା ସ୍ୱାଗତ ଭାଷଣ ଦେଇଥିଲେ । ନିତ୍ୟାନନ୍ଦ ଜୁଏଡ୍, ସୌକିଲାଲ୍ ସାହୁ, ସୁରେନ୍ଦ୍ର ପଟେଲ, ଦିଲୀପ ପୁରୋହିତ, ଗୋପାଲ ମେହେର, ପୁଷ୍ପାଞ୍ଜଳି ମେହେର, ପୁଡାତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ଵାଇଁ, ତୃଷା ସାହୁ ନିକିତା ସା ସହଯୋଗ କରିଥିଲେ । ପୁସ୍ତକର ସମସ୍ତ ଫଟୋ ମିଲନ ପଣ୍ଡା ଆଙ୍କିଛନ୍ତି । ଶେଷରେ ଗୀତିକାର କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.