pr

ଗଣେଶ ବିସର୍ଜନକୁ ନେଇ ଗାଁ ଦାଣ୍ଡରେ ହଙ୍ଗାମା : ଥାନାରେ ମାମଲା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) :ଗଣେଶ ବିସର୍ଜନ ପ୍ରୋସେସନକୁ ନେଇ ଗାଁରେ ହଙ୍ଗାମା । ମାରପିଟ୍ ଅଭିଯୋଗରେ ଥାନାରେ ମାମଲା । ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଉପରବାହାଲ ପଞ୍ଚାୟତର ସାଧୁପାଲି ଗାଁରେ । ଗଣେଶ ପୂଜା କମିଟି ପକ୍ଷରୁ ଗାଁରେ ବିସର୍ଜନ ପ୍ରୋସେସନ ଚାଲିଥିବା ବେଳେ ଗାଁ ଗୌନ୍ତିଆ ପରିବାର ଓ ପ୍ରୋସେସନରେ ସାମିଲ କିଛି ଯୁବକଙ୍କ ମଧ୍ୟରେ ବଚସା ପରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁ ଗୌନ୍ତିଆ ପରିବାର ପ୍ରୋସେସନ ସମୟରେ ପ୍ରୋସେସନରେ ସାମିଲ ଥିବା କିଛି ଯୁବକଙ୍କ ଉପରକୁ ଟେକାପଥର ମାଡ଼ ସହ ଆକ୍ରମଣ କରାଯାଇଥିଲା । ଏପରିକି ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସେମାନେ କହିଛନ୍ତି । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ଉଭୟ ପକ୍ଷକୁ ଡାକି ପୋଲିସ ପଚରାଉଚରା ଜାରି ରଖିଛି ।

nrusinghnath
Leave A Reply

Your email address will not be published.