pr

ନୂଆଁଖାଇରେ ମାନବିକତାର ନିଆରା ପ୍ରୟାସ : ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କୁ ମାଗଣା ଖାଦ୍ୟ ବଣ୍ଟନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ଦିନ ସମଗ୍ର ଅଞ୍ଚଳରେ ଦୋକାନ ବଜାର, ହୋଟେଲ ଓ ବସ୍‌ ସେବା ପ୍ରାୟ ବନ୍ଦ ରହୁଥିବାରୁ ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ନ୍ତି । ଏହାକୁ ଦୃଷ୍ଟିରେ ରଖି ନୂଆଁଖାଇ ଅବସରରେ ବଲାଙ୍ଗିରର ମା’ ମାହେଶ୍ୱରୀ ସେନା ପକ୍ଷରୁ ନିଆଯାଇଛି ଏକ ମାନବିକ ପଦକ୍ଷେପ । ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହୋଇଥିଲା ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ । ନୂଆପଡ଼ା, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳର କିଛି ଅଞ୍ଚଳର ଲୋକେ ମଧ୍ୟ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଉପରେ ନିର୍ଭର କରୁଥିବାରୁ ନୂଆଁଖାଇ ଦିନ ଏହି ସେବା ଅନେକଙ୍କ ପାଇଁ ସହାୟତାର ହାତ ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଅଧିକ ରୋଗୀଙ୍କ ସମ୍ପର୍କୀୟ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ସେବା, ସହଯୋଗ ଓ ସମର୍ପଣର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.