pr

ଜିଲ୍ଲା ସଂକୀର୍ତ୍ତନ ପରିଷଦ ସ୍ୱତନ୍ତ୍ର ସାଧାରଣ ସଭା

dr. purohit
  • “ଆମ କଳାକାର” ପୋର୍ଟାଲରେ ନଅଶହ ସାଂସ୍କୃତିକ ଦଳ ପଞ୍ଜିକରଣ କରିପାରିଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସ୍ଥିତ ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ପଶ୍ଚିମ ଓଡିଶା ସଂକିର୍ତ୍ତନ ପରିଷଦ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏକ ସ୍ୱତନ୍ତ୍ର ସାଧାରଣ ସଭା ହୋଇଥିଲା । ପରିଷଦର ଅନୁରୋଧ କ୍ରମେ “ଆମ କଳାକାର” ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ କରାଯାଇଥିବା ଅନୁରୋଧ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାନୁଭୂତିର ସହ ଗ୍ରହଣ କରି ୧୬ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଥିଲେ । ଫଳରେ ପ୍ରାୟ ପାଞ୍ଚ ଶହ ସଂକୀର୍ତ୍ତନ ଦଳ ଓ ପ୍ରାୟ ଚାରିଶହ ଅନ୍ୟାନ୍ୟ ସାଂସ୍କୃତିକ ଦଳ ଏପରି ମୋଟ ନଅଶହ ସାଂସ୍କୃତିକ ଦଳ ପଞ୍ଜିକରଣ କରିପାରିଛନ୍ତି । ତେଣୁ ସଭାରେ ସର୍ବସମ୍ମତି କ୍ରମେ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପୂର୍ବରୁ ପ୍ରଚଳିତ ଥିବା ଭାଗବତ ଟୁଙ୍ଗି ସହ ସଂକୀର୍ତ୍ତନ ମଣ୍ଡଳୀକୁ ସାମିଲ କରି ପ୍ରତ୍ୟେକ ଗ୍ରାମରେ ସନ୍ଧ୍ୟାରେ ଭାଗବତ ଗାନ ସହ ଭଜନ କୀର୍ତ୍ତନ ପୁନଃ ପ୍ରଚଳନ ପାଇଁ ପ୍ରୟାସ ଜାରି ରଖାଯିବ ଏବଂ ସଂକୀର୍ତ୍ତନରୁ ଅଶ୍ଲିଳତାରୁ ଦୂର କରି ଭକ୍ତିଭାବ ଜାଗ୍ରତ କରିବା ପାଇଁ ଆଜି ସଭାରେ ନିଷ୍ପତ୍ତି ନିଆଯାଇଛି । ପୁନଶ୍ଚ ଯେଉଁ ସଂକୀର୍ତ୍ତନ ଦଳମାନେ ଜିଲ୍ଲା ସଂକୀର୍ତ୍ତନ ପରିଷଦରେ ସଭ୍ୟଭୁକ୍ତ ହୋଇନାହାନ୍ତି ନିଃଶୁଳ୍କରେ ଫର୍ମ ପୂରଣ କରି ସଭ୍ୟ ହେବା ପାଇଁ ଜିଲ୍ଲା ସଂଯୋଜକ ଭରତ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

nrusinghnath
Leave A Reply

Your email address will not be published.