
ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତାକାଲି ୧୭ ସେପ୍ଟେମ୍ବର ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସମଗ୍ର ଭାରତ ବର୍ଷରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଶ୍ରୀ ମୋଦିଙ୍କ ଦୀର୍ଘାୟୁ ତଥା ଉଜ୍ୱଳ ଭବିଷ୍ୟତ କାମନା କରି ପ୍ରତ୍ୟେକ ବ୍ୟକ୍ତି, ପରିବାର, ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ନିଜ ନିଜ ଘରେ ତଥା ସଂଗଠନ ପରିସରରେ ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରିବା ସହିତ ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ସେବା ସଂକଳ୍ପ ଅଭିଯାନ ସମୟରେ ନିଜ ନିଜ ଅଞ୍ଚଳରେ ସ୍ଵଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତାର ଆୟୋଜନ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବାରେ ମୋର ଯୋଗଦାନ କାର୍ଯ୍ୟକ୍ରମ, ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି । ଏହି କ୍ରମରେ ସର୍ବ ପ୍ରଥମେ ଆସନ୍ତା କାଲି ସେପ୍ଟେମ୍ବର ୧୭ରିଖ ଦିନ ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ୬.୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଇସ୍ପାତ ସହରାଞ୍ଚଳର ସମସ୍ତ ଆବାଳବୃଦ୍ଧବନିତାଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ବିନମ୍ର ନିବେଦନ କରିଛନ୍ତି ।

