jayashree

ବଲାଙ୍ଗିରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସର ସମେତ ସମସ୍ତ ତାଲୁକ ସ୍ତରୀୟ ଓ ତୁଷୁରା ନ୍ୟାୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ନ୍ୟାୟାଧୀଶ ହିରଣ୍ମୟ ବିଶୋଇଙ୍କ ଉପସ୍ଥିତି ଓ ନିର୍ଦ୍ଦେଶକ୍ରମରେ ଏହି ଲୋକ ଅଦାଲତ ଆୟୋଜିତ ହେଇଥିଲା । ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ସର୍ବମୋଟ ୧୦,୭୫୧ ଗୋଟି ମାମଲାର ଆପୋଷ ସମାଧାନ କରାଯିବା ସହିତ ସମୁଦାୟ ୪ କୋଟି ୭୦ ଲକ୍ଷ ୨୦ ହଜାର ୭୪୦ ଟଙ୍କାର ରାଶି ଫସଲା ହୋଇଛି । ଏହି କାର୍ଯ୍ୟକ୍ରମରେ ଜଜ୍ ଫ୍ୟାମିଲି କୋର୍ଟ ପ୍ରିୟବ୍ରତ ଦାଶ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଅଞ୍ଜଳି କୁମାରୀ ପାଢ଼ୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶଙ୍ଖ ଚକ୍ରବର୍ତୀ, ରେଜିଷ୍ଟ୍ରାର (ସିଭିଲ କୋର୍ଟ) ଲୋକନାଥ ମିଶ୍ର, ସିଭିଲ୍ ଜଜ୍ (ବରିଷ୍ଠ) ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ କମରସିଆଲ କୋର୍ଟ) ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ LR & LTV) ଶ୍ରୀମତୀ କୂନମୁନ ଆଚାରୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) ଶ୍ରୀମତୀ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍‌ଡ଼ିଜେଏମ୍‌ ଶ୍ରୀମତୀ ଦୀପାରାଣୀ ଜେନା, ସିଭିଲ୍ ଜଜ୍ (କନିଷ୍ଠ) ଶ୍ରୀମତୀ ସାସ୍ୱତୀ ମହାପାତ୍ର, JMFC (LR & LTV) ସାଧକ କାରଜୀ, ଗ୍ରାମ୍ୟ ନ୍ୟାୟାଧୀକାରୀ ଶିଶିର କୁମାର ଭୋଇ, JMFC ମିସ୍ ଦୀପାଳି ଦାସ, JMFC ମିସ୍ ଅର୍ଘ୍ୟରୂପା ମିଶ୍ର, JMSC ମିସ୍ ରାଜଶ୍ରୀ ପ୍ରିୟଦର୍ଶିନୀ ଏବଂ ଜିଲ୍ଲା ବାର୍ ଆସୋସିଏସନର ପ୍ରାୟ ସମସ୍ତ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ରାଜସ୍ୱ, ବନ ବିଭାଗ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଜାତୀୟକରଣ ଓ ବେସରକାରୀ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ୍ ବିଭାଗ, ବିଏସ୍‌ଏନ୍‌ଏଲ୍‌ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ । ଆଇନଗତ ସମାଧାନ ସହିତ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶୋଇଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ଉପସ୍ଥିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ କରାଯାଇଥିଲା । ଏହା ସହିତ ତୃତୀୟ ମଧ୍ୟସ୍ଥତା ଅଭିଯାନ ସଚେତନତା ଶିବିର ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ସଚିବ ପବିତ୍ରାନନ୍ଦ ପ୍ରଧାନ ପରିଚାଳନା କରିଥିଲେ । ଏଥିରେ ପାରା-ଲିଗାଲ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ ।

Leave A Reply

Your email address will not be published.