
ମୁମ୍ୱାଇ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଦୁଇଟି ପ୍ରଭାବିତ ଜିଲ୍ଲାରେ ଶେଷରେ ଲକ୍ଡ଼ାଉନ୍ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ଅମ୍ରାବତୀ ଏବଂ ୟାଭତମାଲରେ ଲକ୍ଡ଼ାଉନ୍ ଘୋଷଣା କରାଯାଇଛି । ଅମ୍ରାବତୀ ଏବଂ ୟାଭତମାଲ ଜିଲ୍ଲା ମାଜିଷ୍ଟ୍ରେଟମାନେ ଏହି ନିଷ୍ପତ୍ତି ନେଇଛନ୍ତି । ୟାଭତମାଲରେ କରୋନା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଡିସେମ୍ବର ମାସରୁ ଜାନୁୟାରୀ ୨୯ ପର୍ୟ୍ୟନ୍ତ ଜିଲ୍ଲାରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ ଫେବୃଆରୀ ମାସରେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ ଲକଡାଉନ୍ ୨୮ ଫେବୃଆରୀ ପର୍ୟ୍ୟନ୍ତ ୟାଭତମାଲରେ ରହିବ । ଅମ୍ରାବତୀରେ ଗୋଟିଏ ଦିନିଆ ଲକ୍ଡ଼ାଉନ୍ ଘୋଷଣା କରାଯାଇଛି । ୨୧ ଫେବୃଆରୀ ରବିବାର ଦିନ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ବଜାର, କାର୍ୟ୍ୟାଳୟ, ଦୋକାନ ବନ୍ଦ ରହିବ । ମହାରାଷ୍ଟ୍ର ସରକାର ସମସ୍ତ ୩୬ ଟି ଜିଲ୍ଲାର ଡିଏମ୍ଙ୍ଙ୍କ ଉପରେ ଲକ୍ଡ଼ାଉନ୍ ନିଷ୍ପତ୍ତି ନେଇ ପାରିବାର ଅଧିକାର ଦେଇଛନ୍ତି । ଅତୀତରେ ୟାଭତମାଲ, ଅମ୍ରାବତୀ ଏବଂ ଅକୋଲାରେ କରୋନା ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଛି । ଏଥି ସହିତ, ମରାଠୱାଡାର ନନ୍ଦେଡ, ଲାଟୁର, ବିଡ୍, ହିଙ୍ଗୋଲିରେ କରୋନାର ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଉଛି ।