
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଭୂଷଲାଡ ଯୁବା ମଞ୍ଚ ତରଫରୁ ଆଜି ଗାଁରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁଙ୍କ ଆହ୍ୱାନ ତଥା ତେଜଭାନୁ ସାହୁଙ୍କ ନେତୃତ୍ୱରେ ଯୁବବର୍ଗ ମିଳିତ ହୋଇ ଗାଁର ରାସ୍ତାଘାଟ ସଫା କରିଥିଲେ । ସଫେଇ ଅଭିଯାନ, ସ୍ୱାସ୍ଥ୍ୟ ଓ ପରିବେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଚାରିପାଖ ଅଳିଆ-ଆବର୍ଜନାମୁକ୍ତ ରହିଲେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଭଳି ରୋଗବ୍ୟାଧି ବ୍ୟାପିବାର ଆଶଙ୍କା କମିଯାଏ, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ କ୍ଷତିକାରକ ବର୍ଜ୍ୟବସ୍ତୁକୁ ସଠିକ୍ ଭାବେ ନଷ୍ଟ କରିବା ଦ୍ୱାରା ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ହ୍ରାସ ପାଏ, ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି କର୍ତ୍ତବ୍ୟବୋଧ ଏବଂ ନିଜ ଅଞ୍ଚଳକୁ ପରିଷ୍କାର ରଖିବାର ଅଭ୍ୟାସ ଗଢ଼ିତୋଳିବା, ନିଜ ଘର, ଗଳି ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବା । ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ଡଷ୍ଟବିନ୍ରେ ପକାଇବା । ଏକକ-ବ୍ୟବହାର ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା, ପ୍ରତିସପ୍ତାହରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଲୋକମାନଙ୍କୁ ସଚେତନତା କରିଥିଲେ । ଏଥିରେ ସୁନିଲ ସାହୁ, ମହେଶ୍ୱର ସାହୁ, ମୁକେଶ ସାହୁ, ସୁଧିର ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଭୂଷଲାଡ ଯୁବା ମଞ୍ଚର ସଙ୍ଗଠକ ଲୋଚନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।