jayashree

ବାଲିଯୋଡ଼ିରେ କ୍ୟାନଭାସ ଆନୁକୂଲ୍ୟରେ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୟାନଭାସ୍, ରାଉଲକେଲା ଆନୁକୂଲ୍ୟରେ ବାଲିଯୋଡ଼ିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରର ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲ୍ଲି ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ସେଠୀ ଯୋଗଦାନ କରି କ୍ୟାନଭାସର ପ୍ରୟାସକୁ ଭୂରିଭୂରି ପ୍ରଶଂସା କରିଥିଲେ । କ୍ୟାନଭାସ୍‌ର ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ ରକ୍ତଦାନ ମହତ୍ଵ ଓ ଗୁରୁତ୍ୱ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବାଶିଷ ମହାନ୍ତି ସମନ୍ୱୟ କରିଥିଲେ । ଏହି ଅବସରରେ କ୍ୟାନଭାସର ସଦସ୍ୟ ବଲୀ ଚୌଧୁରୀ, ରଞ୍ଜିତ ନାୟକ, ସଂଗ୍ରାମ କେଶରୀ ମହାନ୍ତି, ଗୋପାଳ ଜେନା, ଲିନା ନାୟକ, ସୁଶ୍ରୀ ମୋନାଲିସା ସାହୁ ଓ ଆର୍. ରମେଶ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଶିବିର ସଫଳତାର ସହିତ ସମାପ୍ତ ହୋଇଥିଲା । ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କ୍ୟାନଭାସ ଆନୁକୂଲ୍ୟରେ ଅଗଷ୍ଟ ୧୫ ତାରିଖରୁ ଆୟୋଜିତ ଏହି ରକ୍ତଦାନ ଶିବିର ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ହେବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.